ପରିବା ଦୋକାନ କରି ପରିବାର ଚଳାଉଥିଲେ। ଏବେ ସ୍ତ୍ରୀ ହୋଇଗଲେ ସରପଂଚ। ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ମୁଁ ସରପଂଚ ବୋଲି କହିଲେ ମହେଶ୍ୱତା। ଏହାସହ ଚାଷୀଙ୍କୁ ପାଣି କେମିତି ମିଳିବ ତାହା ମୋ ପାଇଁ ଅଗ୍ରାଧିକାର...
ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ପାଖେଇ ଆସୁଥିଲେ ବି କୌଣସି ଗୋଟିଏ ବି ଦଳରେ ଚୂଡାନ୍ତ ହୋଇନି ପ୍ରାର୍ଥୀ ତାଲିକା। ସବୁଠୁ ଅଧିକ ଫୋକସରେ ଥିବା ଭୁବନେଶ୍ୱର ମହାନଗର ନିଗମର ସବୁ ଓ୍ୱାର୍ଡରେ କର୍ପୋରେଟର କଥା ଛାଡ଼ନ୍ତୁ ବିଜେପି ଓ ବିଜେଡି ଏଯାଏଁ ମେୟର ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିନାହାନ୍ତି। ହେଲେ ପ୍ରଥମ ଦଳଭାବେ କଂଗ୍ରେସ କିନ୍ତୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।
ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସବୁ ସିଟ୍କୁ ପୋଛି ନେଇଛି ବିଜେଡି। ବିଜେପି ସମେତ ବିରୋଧି କଂଗ୍ରେସ ମାଟି କାମୁଡିଛନ୍ତି । ଏହା କିପରି ସମ୍ଭବ ହେଲା? କାମ କଲା କି ଟଙ୍କା ଆଉ ମଦର ଖେଳ? ତେବେ ଏହାକୁ ନେଇ ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଓଟିଭିର ଖୋଲାକଥାରେ ଭାଗନେଇ କହିଛନ୍ତି ଗୁମର କଥା ।
କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟଙ୍କ ଘୋଷଣା । ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କ ନାଁରେ ମୋହର ଲାଗିଛି।
ଏ ବିଜୟୀ ସରପଞ୍ଚ ମାନଙ୍କୁ ଦେଖିଲେ ଠିକ୍ ମନେ ହେଉଛି ପଞ୍ଚାୟତ ନିର୍ବାଚନବେଳେ ଅନେକ ଜାଗାରେ ଭୋଟର ଅର୍ଥ-ମଦ ଓ ଭୋଜିରେ ଭାସିଥିଲେ ବି ବାଛିଛନ୍ତି କିନ୍ତୁ ଉପଯୁକ୍ତ ପ୍ରାର୍ଥୀ।
ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ ।
ବିଧାୟକଙ୍କ କ୍ୱାର୍ଟରରେ ପ୍ରବଳ ଗହଳି । ନୂଆ ସରପଂଚ, ସମିତି ସଭ୍ୟମାନଙ୍କର ଲାଗିଛି ଭିଡ଼ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ବି ଏକାଠି ହୋଇଛନ୍ତି ଆଶାୟୀ ।
ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ ।
ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ-ନାଇକେନପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ସେଠ୍ ମୋଟ ୬୨୬ ଖଣ୍ଡ ଭୋଟ ଅଧିକ ପାଇ ନିଜର ପ୍ରତିଦ୍ୱନ୍ଦୀଙ୍କୁ ନିର୍ବାଚନରେ ହରାଇଛନ୍ତି ।
ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ଧାମନଗର ବ୍ଲକର କୋଠାର ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨୬ ଖଣ୍ଡ ଭୋଟରେ ନିଜର ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସରପଞ୍ଚ ପଦ ଅଳଙ୍କୃତ କରିଛନ୍ତି ।
ପୌର ନିର୍ବାଚନରେ ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପୌର ନିର୍ବାଚନକୁ ନେଇ ଉତ୍ସାହିତ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ମେୟର ନିର୍ବାଚନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ଏହାକୁ ନେଇ ସସପେନ୍ସ ଲାଗି ରହିଛି ।
ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି ଗୋଷ୍ଠୀ ସଂଘର୍ଷ ହୋଇଛି ତ ଆଉ କେଉଁଠି ଦୁର୍ବୃତ୍ତମାନେ ଘର ଉପରକୁ ଟେକାପଥର ମାଡ଼ କରିଛନ୍ତି, ଆଉ କେଉଁଠି ବୋମାମାଡ଼ ହୋଇଛି।
ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ଦୋହଲି ଯାଇଛି ବିଜେପିର ପଶ୍ଚିମ ଗଡ଼ । କେବଳ ପଶ୍ଚମି ଓଡ଼ିଶାରେ ୨୦୧୭ରେ ବିଜେପି, ବିଜେଡିଠାରୁ ଦୁଇଗୁଣା ଅଧିକ ଜିଲ୍ଲା ପରିଷଦ ଜୋନ୍ ପାଇଥିଲା ହେଲେ ଏଥର ମାତ୍ର ୨୦ଟି ଜୋନ୍ରେ ଅଟକି ଯାଇଛି ।
କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି।
ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା।
କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କ ସୂଚନା ।
ସେଠାରେ କଂଗ୍ରେସ ସରକାର ଅଛି ହେଲେ ଆମକୁ କିଛି ମିଳିନି।
ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି।
ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।
ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍ରେ ଅଛନ୍ତି ।
୨୦୧୭ ନିର୍ବାଚନ ସହିତ ଚଳିତ ଥରର ଫଳାଫଳକୁ ତୁଳନାକୁ କଲେ ସବୁ ରେକର୍ଡ ଭାଙ୍ଗି ଐତିହାସିକ ରେଜଲ୍ଟ କରିଛି ବିଜେଡି । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍, ଏଥର ତାଠାରୁ ୨୯୦ଟି ଜୋନ୍ ଅଧିକ ପାଇଛି ଶାସକ ଦଳ ।
ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି।