Advertisment

ରାଜନୀତି ଛାଡ଼ି ଦେବୁ ପଛେ କାହା ସହ ସାଲିସ କରିବୁ ନାହିଁ: ଶରତ ପଟ୍ଟନାୟକ

ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି।

author-image
Chandan Shishu
ପିସିସି ସଭାପତି ଶରତ ପଟ୍ଟନାୟକ

ପିସିସି ସଭାପତି ଶରତ ପଟ୍ଟନାୟକ

ରାଜନୀତି ଛାଡ଼ି ଦେବୁ ପଛେ କାହା ସହ ସାଲିସ କରିବୁ ନାହିଁ। ଓଡ଼ିଶାରେ କଂଗ୍ରେସର ତାଗଡା କର୍ମୀ ସବୁ ଅଛନ୍ତି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ, ୨୦୨୪ ନିର୍ବାଚନ ଲଢ଼ିବୁ। ନୂଆ ପିସିସି ସଭାପତି ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ। କହିଛନ୍ତି- ଓଡ଼ିଶାରେ ମୁଖ୍ୟ ବିରୋଧୀ ଭାବେ ବିଜେଡି ସହ ହେବ ଫାଇଟ୍। କଂଗ୍ରେସର ସ୍ଥିତି ନେଇ ୬ ମାସ ଭିତରେ ଲୋକେ ଜାଣିପାରିବେ ପରିବର୍ତ୍ତନ।

Advertisment

ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାର ପ୍ରାୟ ୩ ବର୍ଷ ପରେ ଶରତଙ୍କୁ ନୂଆ ମଙ୍ଗୁଆଳ କରିଛି ଦଳ। ଏହା ପୂର୍ବରୁ ଶରତ ପଟ୍ଟନାୟକ, ପିସିସି ସଭାପତି ଏବଂ ଏଆଇସିସି ସଂପାଦକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି। 

ବଲାଙ୍ଗିର ଲୋକସଭା ଆସନରୁ ସେ ୨ ଥର ନିର୍ବାଚିତ ହୋଇଛନ୍ତି। ଏବେ ବ୍ରଜରାଜନଗର ଉପନିର୍ବାଚନ ଚାଲିଥିବା ବେଳେ ଶରତଙ୍କ ପାଇଁ ହେବ ପ୍ରଥମ ଏସିଡ୍ ଟେଷ୍ଟ।

Advertisment
AICC PCC President
Advertisment
Advertisment