Advertisment

IPS Reshuffle: ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ ଟ୍ବିନ ସିଟି DCP

ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

IPS

ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟିକଟକ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଆଇଜି ଭାବେ ନିଯୁକ୍ତି ମିଳିଛି।

Advertisment

ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏସ୍‌.ଏମ୍‌. ନରୱାଣେ। ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ। ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ରହିଛନ୍ତି ଦୀପକ କୁମାର।

ଅଧିକ ପଢ଼ନ୍ତୁ: କାଳ ହେଲା ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ; ଗିରଫ ହେଲେ ରସିକିଆ ଥାନା ବାବୁ...

Advertisment

ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି କ୍ରାଇମବ୍ରାଞ୍ଚର ଆଇଜିପି ଭାବେ ବଦଳି କରାଯାଇଛି। ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି। ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗର  DIG ଦାୟିତ୍ବ ପ୍ରଦାନ କରାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅଖିଳେଶ୍ବର ସିଂଙ୍କୁ ନିଯୁକ୍ତ ଦିଆଯାଇଛି। ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି। ସେହିପରି ବି ଗଙ୍ଗାଧରଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ନିଯୁକ୍ତ କରାଯାଇଛି। କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀର ଏସପି ଭାବେ ବଦଳି କରାଯାଇଛି। ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଛି। କଟକ ରେଳବାଇ ଏସପି ରାହୁଲ ଗୋଏଲଙ୍କୁ ବୌଦ୍ଧ ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି।

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

IPS Reshuffle
Advertisment
Advertisment