• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜାପାନରେ QUAD ନେତାଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି ବୋଲି ମୋଦି କହିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ବିକାଶ କ୍ଷେତ୍ରରେ ଭାଗିଦାରୀ ସହଯୋଗ ମଜବୁତ ହେଉଛି ଏବଂ ଟେକ୍ନୋଲୋଜି ଦିଗରେ ସହଯୋଗ ବୃଦ୍ଧି ପାଉଛି । ଉଭୟ ଦେଶ ମଧ୍ୟରେ ବାସ୍ତବରେ ଭରସାର ଭଗିଦାରୀ ଚାଲିଛି ବୋଲି ମୋଦି କହିଛନ୍ତି ।

ସେହିପରି ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଆମେ ଆମର ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗରେ ଠୋସ୍ ଅଗ୍ରଗତି ଦେଖିବା ବୋଲି  ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦି କହିଛନ୍ତି । ଇଣ୍ଡୋ ପାସିଫିକ କ୍ଷେତ୍ରରେ ଉନ୍ନତି ପାଇଁ ଆମେ ସମାନ ମତ ଓ ଚିନ୍ତାଧାରା ନେଇ ଆଗେଇଛୁ । ତେଣୁ ଏହି ଅଞ୍ଚଳର ସୁରକ୍ଷା ପାଇଁ ସମଚିନ୍ତାଧାରା ବିଶିଷ୍ଟ ଦେଶମାନଙ୍କ ସହିତ ଆଲୋଚନା ଓ ବିଚାର ବିମର୍ଶ ଆମକୁ ଆହୁରି ସଂବେଗ ଦେବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ବହୁତ କିଛି ଅଛି ଯାହା ଆମେ ଏକାଠି କରିପାରିବା । ଆମେରିକା-ଭାରତ ସହଭାଗିତାକୁ ବିଶ୍ୱର ସବୁଠୁ ଘନିଷ୍ଟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ କହିଛନ୍ତି । ଆମେ ଭାରତରେ ଭାକ୍ସିନ ଉତ୍ପାଦନ, ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ୟୁଏସ୍ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେସନ ସହ ଚୁକ୍ତି କରିଥିବା ବାଇଡେନ କହିଛନ୍ତି ।

ସେପଟେ ଜାପାନର ଟୋକିଓରେ କ୍ୱାଡ୍ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ୍ ରାଷ୍ଟ୍ରସମୂହକୁ ଉଚ୍ଚ ପ୍ରଶଂସା କରିଛନ୍ତି । କରୋନା ମହାମାରୀ ବେଳେ ସମସ୍ତ ପ୍ରତିକୂଳ ପରିସ୍ଥିତି ଭିତରେ କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ପରସ୍ପରକୁ ସହଯୋଗ କରିଥିଲେ । ଯାହା ଫଳରେ ଦେଶଗୁଡ଼ିକ କରୋନା ମୁକାବିଲାରେ ସଫଳ ହୋଇପାରିଥିଲେ ବୋଲି ମୋଦି କହିଛନ୍ତି । ଦିନକୁ ଦିନ କ୍ୱାଡ୍ ରାଷ୍ଟ୍ର ଗୁଡ଼ିକରେ ସୁଯୋଗ ବୃଦ୍ଧି ପାଇଛି । ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବିଶ୍ୱାସ ଓ ନିଷ୍ଠା ଥିବାରୁ ଗଣତାନ୍ତ୍ରିକ ଶକ୍ତିର ପରିସର ବୃଦ୍ଧି ପାଇଛି ବୋଲି ମୋଦି କହିଛନ୍ତି ।