• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Uttam Mohanty

ଜଣାପଡ଼ିଲା କାହିଁକି ମୁଣ୍ଡନ ହେଲେନି ବାବୁଶାନ୍
କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌ ?

ବାବୁସାନ ଉତ୍ତମଙ୍କର ସମସ୍ତ କ୍ରିୟା କରିଥିଲେ, କାହିଁକି  ମୁଣ୍ଡନ ହୋଇନଥିଲେ, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର।

 Babusan
Babushan Mohanty: କାହିଁକି ମୁଣ୍ଡନ ହେଲେନି ବାବୁସାନ୍‌; ମୁହଁ ଖୋଲିଲେ ରବି ମିଶ୍ର

ଗତ ୨୭ ତାରିଖ ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ଉତ୍ତମ ମହାନ୍ତିଙ୍କ ପରଲୋକ ହୋଇଥିଲା । ଦୀର୍ଘ ୪ଦଶନ୍ଧୀ ଧରି ଅଭିନୟର ଯାଦୁରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ଉତ୍ତମ । ଓଡ଼ିଆ ସିନେମା ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

 Uttam Mohanty
ବୁଲୁଛି ଅଟୋ ଜଳୁଛି ଉତ୍ତମଙ୍କ ଦୀପ

ସାହି ଗଳିରେ ବୁଲୁଛି ଅଟୋ। ଜଳୁଛି ଦୀପ। ଲାଗିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ଭଳି କି ଭଳି ଫଟୋ। କେତେବେଳେ ତୋ ବିନା ଆଉ ଭଲ ଲାଗେନା କିଛି... ଗୀତ ବାଜୁଛି ତ ଆଉ କେତେବେଳେ ବାଜୁଛି ତୁ ମୋର ସ୍ୱପ୍ନର ସୁନେଲି ସନ୍ଧ୍ୟା...।

Legendary Actor Uttam Mohanty's 10th Day Death Ritual Observed in Bhubaneswar
ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଆଜି ଦଶାହ

ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କର ଆଜି ଦଶାହ । ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଛନ୍ତି ।

Uttam Mohanty Demise
ସବୁ କିଛି ସରିଗଲା...

ସ୍ୱାମୀଙ୍କ ସତ୍କାର ସରିସାରିଛି... ମଥାରୁ ସିନ୍ଦୂର ଲିଭି ସାରିଛି l ଘରର ମୁରଵୀ ଦାୟିତ୍ଵ ନେଇସାରିବା ପରେ ଯେମିତି ଛାତିକୁ ପଥର କରିସାରିଛନ୍ତି ଅପରାଜିତା l ନା ଆଖିରୁ ଧାରଧାର ଲୁହ ଗଡ଼ାଇ ପାରୁଛନ୍ତି l ନା ନିଜ ପ୍ରିୟର ମଣିଷକୁ ମନ ଖୋଲି ଶେଷଥର କିଛି କହିପାରିଛନ୍ତି l  

ନିରବ ଉଦଣ୍ଡୀ ସୀତା, ଜଳୁଛି ଉତ୍ତମଙ୍କ ଚିତା
ଶେଷଯାତ୍ରା ପାଇଁ ବାହାରିଥିଲେ ଉତ୍ତମ

ଆତ୍ମୀୟ ସୋଜଙ୍କ କାନ୍ଧରେ ଶେଷଯାତ୍ରା ପାଇଁ ବାହାରିଥିଲେ ଉତ୍ତମ। ଘର ଅଗଣାରୁ ନିଜ ମନର ମଣିଷକୁ ଶେଷଥର ପାଇଁ ଦେଖୁଥିଲେ ଅପରାଜିତା।

ମୁରବୀ ଶୂନ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରୀ
ମୁଣ୍ଡ ପିଟୁଛି କଳାକାର, ମୁରବୀ ଶୂନ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରୀ

ଗତ ୨୦୧୪ରୁ ବର୍ତ୍ତମାନର ୨୦୨୫ ଓଡ଼ିଆ ସିନେମା ଜଗତର ବଛା ବଛା ପୁରୁଖା କଳାକାରଙ୍କୁ ହରାଉଛି । ଫଳରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ମୁରବୀ ଶୂନ୍ୟ ହେବା ସହ ଓଡ଼ିଆ ଦର୍ଶକଙ୍କୁ ଶକ୍ତ ଧକ୍କା ଲାଗୁଛି ।

ନାହାନ୍ତି ଉତ୍ତମ କହିଯାଇଛନ୍ତି ଅଭୁଲା କଥା
ଉତ୍ତମଙ୍କ ମୁହଁରେ ତାଙ୍କ ଜୀବନର ଅଭୁଲା ସ୍ମୃତି

ରାମାୟଣରେ ଉତ୍ତମ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ମିଳିଯାଇଥିଲା ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ।

uttam mohanty
ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ

ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି । ଲିଭର ସିରୋସିସରେ ଆକ୍ରାନ୍ତ ଉତ୍ତମଙ୍କର ଗତକାଲି ରାତିରେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ୬୭ବର୍ଷ ବୟସରେ ପରଲୋକ ଘଟିଥିଲା । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଅଣାଯିବା ପରେ ରାଜନେତାଙ୍କଠୁ ସିନେ କଳାକାର ଓ ପ୍ରଶଂସକ, ସମସ୍ତେ ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ବାସଭବନକୁ ଛୁଟିଥିଲେ । ଅପରାହ୍ନରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି । 

uttam mohanty
Uttam Mohanty: 'ଅଭିମାନ'ରୁ ଆରମ୍ଭ କରି 'ବିଦ୍ୟାରାଣ'ରେ ଶେଷ ସ୍ବାକ୍ଷର, ମହାନାୟକଙ୍କୁ ଝୁରୁଛନ୍ତି ସିନେପ୍ରେମୀ

ସେ ଥିଲେ ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର୍। ସେ ଥିଲେ, ଫିଲ୍ମ ସୁପର୍ ଡୁପର୍ ହିଟ୍... ହଲ୍ ହାଉସଫୁଲ୍। ତାଙ୍କ ଚରିତ୍ର ନୁହେଁ... ତାଙ୍କ ନାଁ ହିଁ ଥିଲା ସିନେମାର ନାୟକ। ସେ ଉତ୍ତମ ମହାନ୍ତି...ଓଲିଉଡ୍ ଜଗତର ଅନ୍ୟତମ ମହାନାୟକ।

uttam
Uttam Mohanty: ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା।

Babushan Mohanty Takes His Son Upon His Arms to His Late Grandfather
ଜେଜେ ତମେ ଫେରିଆସ...

ଅଭିନୟ ନୁହେଁ ଆଜି ସତ । ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ଓଲିଉଡର ମହାନାୟକ ଉତ୍ତମ ମହାନ୍ତି । କାନ୍ଦୁଛି ପରିବାର, ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ସିନେ ଜଗତ ଓ ଦର୍ଶକ । ଉତ୍ତମଙ୍କ ନାତି ମଧ୍ୟ ଜେଜେଙ୍କୁ ଶେଷ ଦର୍ଶନ କରି ବିଦାୟ କହିଛନ୍ତି । ବୋଧେ ବଡ଼ ହୋଇଥିଲେ କହିଥାନ୍ତେ ଜେଜେ ତମେ ଫେରିଆସ...

Last Rites of Veteran Odia Actor Uttam Mohanty Begins
ଶେଷ ଯାତ୍ରାରେ ଉତ୍ତମ ମହାନ୍ତି...

ଶେଷ ଯାତ୍ରାରେ ଉତ୍ତମ ମହାନ୍ତି...

Last Rites of Actor Uttam Mohanty Being Conducted at Satyanagar Crematorium
ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ 

ପଞ୍ଚଭୂତରେ ଲୀନ ହେଲା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି । ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ୍ ମହାନ୍ତି। ହଜାର ହଜାର ସଂଖ୍ୟାରେ ଫ୍ୟାନ୍, ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବିଦାୟ ନେଇଛନ୍ତି ପ୍ରିୟ କଳାକାର ଉତ୍ତମ ମହାନ୍ତି। ଲୋକାରଣ୍ୟ ଏବଂ ଶୋକାକୂଳ ପରିବେଶରେ ତାଙ୍କୁ ବିଦାୟ ଜଣାଇଛନ୍ତି ସମସ୍ତେ। ଆଜି ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ଭୁବନେଶ୍ବର ସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହୋଇଛି ଅନ୍ତିମ ସଂସ୍କାର....ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା।

Last Rites of Veteran Actor Uttam Mohanty Performed By Son Babushan
ଅନ୍ତିମ ବିଦାୟ ନେଉଛନ୍ତି ଉତ୍ତମ

ଉତ୍ତମଙ୍କୁ ଅନ୍ତିମ ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ସେଲିବ୍ରିଟି ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼।

Prasanta Nanda Gets Emotional Over Demise of Veteran Actor Uttam Mohanty
କାନ୍ଦିଲେ ପ୍ରଶାନ୍ତ ନନ୍ଦ

କିଛି କହିବା ଆଗରୁ କାନ୍ଦି ପକାଉଛନ୍ତି ବର୍ଷିଆନ୍ ଅଭିନେତା ପ୍ରଶାନ୍ତ ନନ୍ଦ

uttam mohanty
Uttam Mohanty Cremated: ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

uttam mohanty
ମୁଖାଗ୍ନି ଦେଲେ ପୁଅ ବାବୁସାନ୍

ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ବାବୁସାନ୍ । 

Uttam Mohanty Death
Uttam Mohanty Death: ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।

Uttam Mohanty
Uttam Mohanty Love Story: ଅପରାଜିତାଙ୍କୁ ମନେଇବାକୁ ଲାଗିଥିଲା ୫ବର୍ଷ; ଶାଶୁ ମା’ଙ୍କୁ କରିବାକୁ ପଡ଼ିଥିଲା ରାଜି

୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା

Uttam Mohanty Death:
Uttam Mohanty Death: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର

ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି।

Uttam Mohanty
Uttam Mohanty Death: ଏପରି ଦେଖିଥିଲେ ସ୍ୱପ୍ନ ଓ ଏହା ଥିଲା ଉତ୍ତମଙ୍କ ଶେଷ ଇଚ୍ଛା

ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ ଖବର ଶୁଣି ଘରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।

uttam-mohanty
Uttam Mohanty: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା

୧୯୭୭ ମସିହାରେ ବାରିପଦାରେ ସୁନାମଧନ୍ୟ ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ।

Uttam Mohanty
Uttam Mohanty: ଅଭିମାନରୁ ଦଣ୍ଡା ବାଳୁଙ୍ଗା... ସରପଞ୍ଚ ବାବୁରୁ ସହରୀ ବାଘ

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।

Uttam Mohanty no more
Uttam Mohanty Death: ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।