Advertisment

Buttler Resigns: ବିଦା ହେଲା ଇଂଲଣ୍ଡ, ଇସ୍ତଫା ଦେଲେ ଅଧିନାୟକ

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଚାଲିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଛନ୍ତି ଅଧିନାୟକ । ପୂର୍ବତନ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋସ ବଟଲର ଇସ୍ତଫା ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ପରେ ବଟଲର ଏଭଳି ଘୋଷଣା କରିଛନ୍ତି।

author-image
Saroj Kumar Jena
butler

butler

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଚାଲିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଛନ୍ତି ଅଧିନାୟକ । ପୂର୍ବତନ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋସ ବଟଲର ଇସ୍ତଫା ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ପରେ ବଟଲର ଏଭଳି ଘୋଷଣା କରିଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦଳର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିବା ବେଳେ ବଟଲର ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନ ଭଳି ଏକ ଛୋଟ ଦଳ ବିପକ୍ଷରେ ଇଂଲଣ୍ଡ ମଧ୍ୟ ପରାଜିତ ହୋଇଥିଲା। ଏହି ପରାଜୟ ସହିତ ଦଳ ଟୁର୍ନାମେଣ୍ଟରୁ ବାହାର ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

ଇଂଲଣ୍ଡ ଅଧିନାୟକ ବଟଲର ଶୁକ୍ରବାର ଫେବୃଆରୀ ୨୮ରେ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ପ୍ରେସ କନଫରେନ୍ସରେ ତାଙ୍କର ନିଷ୍ପତ୍ତି ନେଇ ଘୋଷଣା କରିଥିଲେ। ବଟଲରଙ୍କ ଏହି ନିଷ୍ପତ୍ତି ଦଳର ଶେଷ ମ୍ୟାଚ୍‌ର ମାତ୍ର ଗୋଟିଏ ଦିନ ପୂର୍ବରୁ ଆସିଛି। ଟୁର୍ନାମେଣ୍ଟରୁ ପୂର୍ବରୁ ବାଦ ପଡ଼ିଥିବା ଇଂଲଣ୍ଡ ଦଳ ତା’ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍‌ରେ ବଟଲର୍‌ ଶେଷ ଥର ପାଇଁ ଇଂଲଣ୍ଡର ନେତୃତ୍ୱ ନେବେ। ବଟଲର୍‌ ୨୦୨୨ ମସିହାରେ ଇଂଲଣ୍ଡ କ୍ରିକେଟ ଦଳର ନେତୃତ୍ୱ ନେଇଥିଲେ। ଅଧିନାୟକ ପଦରୁ ଓହରିଥିଲେ ମଧ୍ୟ ଉଭୟ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ବଟଲର।

Advertisment

ଜୋସ ବଟଲର୍‌ ୨୦୨୨ ମସିହାରେ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ଇଓନ ମୋର୍ଗାନ୍‌ଙ୍କ ଅବସର ପରେ ଦଳକୁ ଆଗକୁ ନେଇଥିଲେ ବଟଲର। ତାଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ଥର ବିଶ୍ବକପ ଟାଇଟଲ୍‌ ଜିତିଥିଲା। ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଥିଲା। ୨୦୨୩ ବିଶ୍ୱକପରେ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିଲା। ସେହିଭଳି ୨୦୨୪ ଟି୨୦ ବିଶ୍ୱକପରେ, ଦଳ ସେମିଫାଇନାଲରେ ପହଞ୍ଚିଥିଲା କିନ୍ତୁ ଭାରତ ଠାରୁ ହାରି ଯାଇଥିଲା। ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଏହି ଉଭୟ ଫର୍ମାଟରେ ୯୫ଟି ମ୍ୟାଚ୍‌ ଖେଳିଥିଲା। ଯେଉଁଥିରୁ ଦଳ ୪୪ଟିରେ ଜିତିଥିଲା ଏବଂ ୪୭ଟିରେ ହାରିଥିଲା। ଅନ୍ୟ ପକ୍ଷରେ ୪ଟି ମ୍ୟାଚ ଟାଇ ହୋଇଥିଲା।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

England Jos Buttler
Advertisment
Advertisment