• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନେଇବାରେ ଲାଗିଛି । ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି । ଧରାପଡ଼ୁଛି ସରକାରଙ୍କ ମିଛ । ସରକାରୀ ଦଳ ଓ ବିରୋଧୀଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ତେବେ ଏହାରି ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା ।

ସେ କହିଛନ୍ତି ଯେଉଁମାନଙ୍କୁ ଅର୍ଥନୈତିକ ରାଜନୀତି ଦେଖାଯାଏନି, ସେମାନେ ଏହିଭଳି କଥାକୁ ନେଇ ରାଜନୀତି କରିଥାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶାର ଜନ ସାଧାରଣଙ୍କ ଭାବାବେଗ ସହିତ ଜଡ଼ିତ । ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଓ ଅଧିକ ଆକର୍ଷଣୀୟ କରିବା ହେଉଛି ସରକାରଙ୍କ ପ୍ରୟାସ । ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ବିରୋଧୀ ଦଳ କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମକୁ ଗଲାଭଳି ଜଣାପଡୁନାହିଁ । ବିରୋଧୀମାନେ ଲୋକଙ୍କ ଭାବାବେଗ ସହ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦୁର୍ଭାଗ୍ୟଜନକ ବୋଲି ଶଶୀଭୂଷଣ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେ ଆନ୍ଦୋଳନ କଲେ ବି ଓଡିଶା ବାସୀ ଗ୍ରହଣ କରିବେ ନାହିଁ । ଓଡିଶାବାସୀ ସର୍ବଦା ନବୀନଙ୍କ ସହ ଅଛନ୍ତି ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି । ସେପଟେ ଏନେଇ ବିଜେପି କିମ୍ବା କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି ।

ସେପଟେ ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଜଗନ୍ନାଥ ସେନା । ପୁରୀ ଜିଲ୍ଲାପାଳ, ASI, ଶ୍ରୀମନ୍ଦିର ପ୍ରଶାସନ, TATA, OBCC ବିରୋଧରେ CBIରେ ଅଭିଯୋଗ କରିଛି ସଂଗଠନ । NMAର ଜାଲ NOC ଚିଠି ସର୍ବ ସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରିରଖିଥିବା ସେନା ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଛି । CBI ମାମଲା ରୁଜୁ ନକଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।

ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସରକାର ଭୁଲ କରିଛନ୍ତି ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । । ଆମସାର ଆକ୍ଟ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ଯଦି ହୋଇନଥାନ୍ତା ତା ହେଲେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନେବା ଲାଗି ସରକାର କହିନଥାନ୍ତେ ।