• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ବ୍ରଜରାଜନଗର ଉପନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ବ୍ରଜରାଜନଗରରେ ପ୍ରଚାର ଜୋର ଧରିଛି । ଭୋଟରଙ୍କୁ ମନାଇବା ପାଇଁ ସମସ୍ତ ଦଳୀୟ ନେତା କଳବଳ କୌଶଳ ଲଗାଇ ଦେଇଛନ୍ତି । ତିନି ପ୍ରମୁଖ ଦଳ ହେଭିୱେଟ ନେତାଙ୍କୁ ନେଇ ପ୍ରଚାର କରୁଛନ୍ତି ।

ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବ୍ରଜରାଜନଗରରେ ପହଞ୍ଚିଛନ୍ତି । ରମ୍ପେଲାର ଡୁଙ୍ଗଡୁଙ୍ଗରେ ପହଞ୍ଚି ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ସେ ପ୍ରଚାର କରିଛନ୍ତି । ପରେ ସେ ବାଗମୁଣ୍ଡା, ପଞ୍ଚଗାଁ, କନକତୋରା, ବେଲପାହାଡ, ବ୍ରଜରାଜନଗରରେ ପ୍ରଚାର କରିଛନ୍ତି । ଦଳୀୟ କର୍ମୀ ଓ ନେତାଙ୍କୁ ଏକାଠି ଧରି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି । ଏପରିକି ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଯାଇଛି । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪କୁ ଘୁଞ୍ଚାଯାଇଥିବାର ଜଣାପଡିଛି ।

ଅନ୍ୟପକ୍ଷେ, ବ୍ରଜରାଜନଗର ଭୋଟ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ପରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ୨୭୯ ବୁଥ୍ କରାଯାଇଛି । ଭୋଟ୍ ଗ୍ରହଣ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରାଯିବ । ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ସିଇଓ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।