/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653303188.jpg)
sarat patnaik
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାର କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ। ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ AICC ପକ୍ଷରୁ ପ୍ରେସ୍ ରିଲିଜ ପ୍ରକାଶ ପାଇଛି । ପିସିସି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ ।
Congress Letterସଦ୍ୟ ରିପୋର୍ଟ ମୁତାବକ, ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି। ପିସିସି ସଭାପତି ପଦ ପାଇଁ ଦୀର୍ଘଦିନ ଧରି ବହୁ ଆଶାୟୀଙ୍କ ନାମ ଚର୍ଚ୍ଚା ହେଉଥିଲା ।
ନୂଆ ଦାୟିତ୍ୱକୁ ନେଇ ଶରତ କହିଛନ୍ତି ଯେ- ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ। ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି କରିବୁ। ଏହାସହ ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)