• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଥରେ ସାମ୍ନାସାମ୍ନି ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ଜୟଦେବ ବିହାର ନିକଟରେ ନବ ନିିର୍ମିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମ୍ନାସାମ୍ନି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦ । ତେବେ ଏଠାରେ କେହି କାହାକୁ କିଛି କହିନାହାନ୍ତି । କେବଳ ପରସ୍ପରକୁ ନମସ୍କାର ଜଣାଇ ଚାଲିଯାଇଥିଲେ । ତେବେ ଏକା ସମୟରେ ସାଂସଦ ଓ ମୁଖ୍ୟମନ୍ତ୍ରୀ ଗୋଟିଏ କାର୍ଯ୍ୟକ୍ରମରେ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

ସେଠାରେ ଉପସ୍ଥିତ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ସାମ୍ବାଦିକମାନେ ଚାତକ ଭଳି ଚାହିଁ ରହିଥିଲେ । କ’ଣ ଘଟୁଛି ? କିଏ କାହାକୁ କ’ଣ କହୁଛି ? ସେଥିପ୍ରତି ସମସ୍ତଙ୍କ ନଜର ରହିଥିଲା । ହେଲେ ସେଭଳି କିଛି ଘଟିନଥିଲା ।

 

ଜୟଦେବ ବିହାରସ୍ଥିତ ଏହି ମନ୍ଦିରର ଉଦ୍‌ଘାଟନୀ ଉତ୍ସବ ସପ୍ତାହେ ଧରି ଚାଲିଥିଲା । ଆଜି ଉଦଯାପନୀ ଦିବସ ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହାସହ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ତିରୁମାଲା-ତିରୁପତି ଦେବସ୍ଥାନମ ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ କେ. ସୁବ୍ବାରାଓ ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରେ ମହାପ୍ରଭୁ ତିରୁପତିଙ୍କ ମନ୍ଦିର ପ୍ରତିଷ୍ଠା ହେବା ଆନନ୍ଦର କଥା ବୋଲି ଆନ୍ଧ୍ର ରାଜ୍ୟପାଳ କହିଛନ୍ତି । ଯିଏ ତିରୁପତି ଯାଇ ପାରିବନି ଅନ୍ତତଃ ଏଠାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି । 

ତେବେ ଏହାପୂର୍ବରୁ ମଧ୍ୟ ସାଂସଦ ଅପରାଜିତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ଅଚାନକ ଭେଟ ହୋଇଥିଲେ । ସେଠାରେ ମଧ୍ୟ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ନମସ୍କାର କରିଥିଲେ ।