Advertisment

କଂଗ୍ରେସରେ ଦଳୀୟ ଶୃଙ୍ଖଳା କି ଏକତା ନାହିଁ: ନିରଞ୍ଜନ ପଟ୍ଟନାୟକ

କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Niranjan Patnaik

Niranjan Patnaik

କଂଗ୍ରେସରେ ଦଳୀୟ ଶୃଙ୍ଖଳା ନାହିଁ। ଏକତା ମଧ୍ୟ ନାହିଁ। ପିସିସି ସଭାପତି ପଦରୁ ଯିବା ପରେ ଏହା କହିଛନ୍ତି ନିରଂଜନ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦଳର ଏକତା ଓ ଶୃଙ୍ଖଳା ନ ଥିବାରୁ ସେ କଂଗ୍ରେସକୁ ମଜଭୁତ କରିପାରିଲେ ନାହିଁ। ପିସିସି ସଭାପତି ଭାବେ ଏହି ଅବଶୋଷ ତାଙ୍କର ରହିଗଲା ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ। 

Advertisment

ତାଙ୍କ ମତରେ ଏହି ବିଶୃଙ୍ଖଳା ଆଜି କି କାଲିର ନୁହେଁ। ଆଗରୁ ଏହା ରହିଛି। କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ। ସେ ଆଶା ପ୍ରକାଶ କରିଛନ୍ତି, ଦଳର ଅବସ୍ଥାରେ ପରିବର୍ତ୍ତନ ହେବ, ଯଦି ସମସ୍ତ ନେତା କର୍ମୀ ଏକଜୁଟ ହୋଇ ରାଜ୍ୟ ପାଇଁ ଦେଶ ପାଇଁ କାମ କରିବେ। ନିକଟରେ ଉଦୟପୁରରେ ଦଳ ଯେଉଁ ନିଷ୍ପତ୍ତି ନେଇଛି, ତାକୁ କଂଗ୍ରେସର ଭାଇମାନେ ପାଳନ କରିବେ, ଏକଜୁଟ ହୋଇ କାମ କରିବେ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ।  

ଶରତ ପଟ୍ଟନାୟକ କଂଗ୍ରେସର ନୂଆ ପିସି ସଭାପତି ହୋଇଛନ୍ତି। ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଥିଲା ଏଆଇସିସି(AICC)। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାର ପ୍ରାୟ ୩ ବର୍ଷ ପରେ ଶରତଙ୍କୁ ନୂଆ ମଙ୍ଗୁଆଳ କରିଛି କଂଗ୍ରେସ ଦଳ। ଏହା ପୂର୍ବରୁ ଶରତ ପଟ୍ଟନାୟକ, ପିସିସି ସଭାପତି ଏବଂ ଏଆଇସିସି ସଂପାଦକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି। ବଲାଙ୍ଗିର ଲୋକସଭା ଆସନରୁ ସେ ୨ ଥର ନିର୍ବାଚିତ ହୋଇଛନ୍ତି। ଏବେ ବ୍ରଜରାଜନଗର ଉପନିର୍ବାଚନ ଚାଲିଥିବା ବେଳେ ଶରତଙ୍କ ପାଇଁ ଏହା ପ୍ରଥମ ଏସିଡ୍ ଟେଷ୍ଟ ହେବ।

Advertisment
Congress Leader PCC President Niranjan Pattnaik
Advertisment
Advertisment