Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ASIର ସବୁ ଭୁଲ, କହିଲେ ବିଜୟ ମହାପାତ୍ର

ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍‌ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।

author-image
Satyendu Shekher Mishra
Bijay Mohapatra

Bijay Mohapatra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ ରାଜ୍ୟ ସରକାର ହୁଅନ୍ତୁ କି ଏଏସ୍‌ଆଇ ଅଧିକାରୀ, ଯିଏ ଦୋଷୀ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ସରକାର ଓ ଏଏସ୍‌ଆଇକୁ ଟାର୍ଗେଟ କରି ସେ କହିଛନ୍ତି, ଏଏସ୍‌ଆଇ ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଇ ନାହିଁ । ତେଣୁ ବିବାଦ ଏତେ ଦୂର ପର୍ଯ୍ୟନ୍ତ ଯାଇଛି । ନଚେତ୍‌ କୌଣସି ବିବାଦ ହୋଇନଥାନ୍ତା । ମଠ ଉଚ୍ଛେଦ ମଧ୍ୟ ବେଆଇନ ଥିଲା, ଏହା ଆମ୍‌ସାର୍‌ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି ବିଜୟ ।

ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍‌ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।

Advertisment

ସେ ଆହୁରି କହିଛନ୍ତି ଏସ୍‌ଆଇ ଚାହିଁଲେ ୧ ଘଣ୍ଟା ମଧ୍ୟରେ ଏସବୁ ବେଆଇନ୍‌ କାମ ବନ୍ଦ ହୋଇପାରିବ । ଏମିତିକି ଏଏସ୍‌ଆଇ, ସର୍ଭେ କରିବା କିମ୍ବା ସୂଚାର ରୂପେ ନିଜ ଦାୟିତ୍ୱ ତୁଲାବା ପାଇଁ ଆଗ୍ରହ ପ୍ରକାଶ କରି ନାହିଁ । ସିଂହ ମୂର୍ତ୍ତୀ ବାହାରିଲା ବୋଲି ASI ଟିମ୍ ସେଠାରେ ପହଞ୍ଚିବାକୁ ବାଧ୍ୟ ହେଲା ବୋଲି କହିଛନ୍ତି ବିଜୟ । ଏମିତିକି ଏହି ସବୁ ବିବାଦ ପାଇଁ ASI ମୁଖ୍ୟ ଅଭିଯୁକ୍ତ ବୋଲି ସେ କହିଛନ୍ତି ।

ଟେକନିକାଲ କମିଟି ଓ ଏକ୍ସପଟ କମିଟି କରି ନିର୍ମାଣ କରିବା ଏଏସ୍ଆଇର ଦାୟିତ୍ୱ। ହେଲେ ଏଏସ୍ଆଇ ତାହା କଲାନି। ରାଜ୍ୟ ସରକାର ମଧ୍ୟ ଏହା କରିବାକୁ ଆଗ୍ରହ ଦେଖାଇଲେ ନାହିଁ। ୧୯୯୨ ମସିହାରେ ଏକ୍ସପଟ କମିଟି ବସି ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ ହୋଇଥିଲା। ଏବେ କାହିଁକି ହେଉନି। ବିନା ସିମେଣ୍ଟ ଓ ରଡରେ ହଜାର ହଜାର ବର୍ଷ ଧରି ତିଷ୍ଠି ରହିଥିବା ଶ୍ରୀମନ୍ଦିର ସମ୍ପର୍କରେ ଅନୁଧ୍ୟାନ ହୋଇସାରି ପରବର୍ତ୍ତି କାମ ହେବା ଉଚିତ। ସେପଟେ ରାମନୁଜଙ୍କ ପ୍ରତିମୂର୍ତ୍ତି ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରୁଥିବା ବେଳେ ଅନ୍ୟପଟେ ପୁରୀରେ ରାମାନୁଜଙ୍କ ଏମାର ମଠ ଭଙ୍ଗା ଗଲା। କେହି ପ୍ରତିବାଦ କଲେନି। ସମସ୍ତେ ରାଜନୀତି ବାୟାନବାଜୀ କରୁଛନ୍ତି। ଜଗନ୍ନାଥଙ୍କୁ କାଖେଇ ମୁଣ୍ଡାଇ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି, ସେମାନେ ଜଗନ୍ନାଥଙ୍କୁ ଖେଳନା ନକରନ୍ତୁ।

ଜିପିଆର, ଇପ୍ୟାକ୍ଟ ଆସେସମେଣ୍ଟ ଓ ହେରିଟେଜ ସର୍ଭେ କାମ ହେଉଛି। ଯାହା ଏସଆଏଇ କରିବା କଥା। ସେ ବି ତାହା କରୁନି। ବେଆଇନ ଖନନରେ ସିଂହମୂର୍ତ୍ତି ମାଟି ତଳୁ ବାହାରିବା ପରେ ଏଏସ୍‌ଆଇ ଏହାକୁ ଝାଡ଼ିଝୁଡ଼ି ରଖିଦେଇ ଚୁପ ବସିଛି। ପ୍ରକଳ୍ପ ଲାଗି ଏସଆଏଇର ଡିଜି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେଣୁ ସେ ମୁଖ୍ୟ ଅଭିଯୁକ୍ତ। ସିବିଆଇ ତଦନ୍ତ ହେଲେ ସବୁ ଠିକ୍, ଭୁଲ ବାହାରିବ।

ଗୁଜୁରାଟରେ ଏକ ମସଜିଦ ପାଇଁ ଯଦି ସିବିଆଇ ତଦନ୍ତ ହୋଇପାରିଲା, ତେବେ ଏଠି  ମଧ୍ୟ ସିବିଆଇ ତଦନ୍ତ ହେଉ। ନିୟମ ବାହାରେ କାମ କରୁଥିବା ଅଧିକାରୀଙ୍କୁ ଧରିବାକୁ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜୟ ଦାବି କରିଛନ୍ତି।

Srimandir Lord Jagannath Bijay Mohapatra
Advertisment
Advertisment