ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି । ୩୧୪ ବ୍ଲକରେ କର୍ମୀ ଓ ନେତାଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ବିଜେପି ଓ ବିଜେଡ଼ିର ଅସଫଳତା ସମ୍ପର୍କରେ କୁହାଯିବ : ପିସିସି ସଭାପତି
୫-ଟି ସଚିବ ଯାହା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ...ତାଙ୍କ ଦଳରକର୍ମୀମାନେ ଏହାକୁ ଯଦି ଗ୍ରହଣ କରୁଥିବେ ତାହା ଭିନ୍ନ କଥା : ଶରତ ପଟ୍ଟନାୟକ, ପିସିସି ସଭାପତି
ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।
ପୁଣି ଥରେ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟନାୟକ । ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ । ବହୁ ବାଦ ବିବାଦ ଏବଂ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଶରତଙ୍କ ନାଁକୁ ଘୋଷଣା କରିଛି ଏଆଇସିସି ।