• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସରକାର ଭୁଲ କରିଛନ୍ତି ଏବେ ମ୍ୟାନେଜ ଏବଂ କଭର ଅପ କରିବା ପାଇଁ ବାଧ୍ୟ । ଏହାଛଡ଼ା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ରାସ୍ତା ନାହିଁ । । ଆମସାର ଆକ୍ଟ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଛି । ଯଦି ହୋଇ ନଥାନ୍ତା ତା ହେଲେ ଅଭ୍ୟର୍ଥନା କକ୍ଷକୁ ୧୦୦ ମିଟରରୁ ବାହାରକୁ ନେବା ଲାଗି ସରକାରଙ୍କ ପକ୍ଷରୁ ନିର୍ଣ୍ଣୟ ହୋଇନଥାନ୍ତା ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବୟାନ୍‌ ଆସିବା ପରେ ଓଡିଶାବାସୀ ସବୁ ଜାଣି ସାରିଛନ୍ତି । ସତକୁ ମିଛ କହି ପାରିବା ନାହିଁ କି ମିଛକୁ ସତ କହି ପାରିବା ନାହିଁ । ସେହିପରି ଶ୍ରୀମନ୍ଦିର ପ୍ରକଳ୍ପର ସିବିଆଇ ତଦନ୍ତ ନେଇ ଅପରାଜିତା କହିଛନ୍ତି ଯେ, ଏଠାରେ ସବୁ ଜଳଜଳ ହୋଇ ଦେଖାଯାଉଛି । ଯେତେବେଳେ କୌଣସି ଜିନିଷ ଲୁଚିକି ରହିଥାଏ, ସେତେବେଳେ ସିବିଆଇ ତଦନ୍ତ କରାଯାଏ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା । ସେ କହିଛନ୍ତି ଯେଉଁମାନଙ୍କୁ ଅର୍ଥନୈତିକ ରାଜନୀତି ଦେଖାଯାଏନି, ସେମାନେ ଏହିଭଳି କଥାକୁ ନେଇ ରାଜନୀତି କରିଥାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶାର ଜନ ସାଧାରଣଙ୍କ ଭାବାବେଗ ସହିତ ଜଡ଼ିତ । ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷିତ ରଖିବା ଓ ଅଧିକ ଆକର୍ଷଣୀୟ କରିବା ହେଉଛି ସରକାରଙ୍କ ପ୍ରୟାସ ।

ମାତ୍ର ଦୁଃଖ ଓ ପରିତାପର ବିଷୟ ବିରୋଧୀ ଦଳ କୌଣସି ଅର୍ଥନୈତିକ କାର୍ଯ୍ୟକ୍ରମକୁ ଗଲାଭଳି ଜଣାପଡୁନାହିଁ । ବିରୋଧୀ ଲୋକଙ୍କ ଭାବାବେଗ ସହ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦୁର୍ଭାଗ୍ୟଜନକ । ଯେତେ ଆନ୍ଦୋଳନ କଲେ ବି ଓଡିଶା ବାସୀ ଗ୍ରହଣ କରିବେ ନାହିଁ । ଓଡିଶାବାସୀ ସର୍ବଦା ନବୀନଙ୍କ ସହ ଅଛନ୍ତି ବୋଲି ସେ ଦୃଢୋକ୍ତି ଦେଖାଇଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇର ଫେରାଦ ହୋଇଛି ଜଗନ୍ନାଥ ସେନା । ପୁରୀ ଜିଲ୍ଲାପାଳ, ASI, ଶ୍ରୀମନ୍ଦିର ପ୍ରଶାସନ, TATA, OBCC ବିରୋଧରେ CBIରେ ଅଭିଯୋଗ କରିଛି ଶ୍ରୀ ଜଗନ୍ନାଥ ସେନା । NMAର ଜାଲ NOC ଚିଠି ସର୍ବ ସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରଖିଥିବା ସେନା ପକ୍ଷରୁ ସିବିଆଇରେ ଅଭିଯୋଗ କରାଯାଇଛି । CBI ମାମଲା ରୁଜୁ ନଲେ ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ସେନା ।