Advertisment

ରାଜ୍ୟସଭା ଆସନ ପାଇଁ କାହାକୁ ଭରସା କରିବେ ନବୀନ ?

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ?

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

BJD

ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସ୍‌ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି । ଆଉ ଏଥିପାଇଁ ସୁସ୍ମିତା ବାଗ୍‌ଚୀଙ୍କଠାରୁ ଆରମ୍ଭ କରି ଶ୍ରୀମୟୀ ମିଶ୍ର, ସୁଲତା ଦେଓ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସେପଟେ ଆଦିବାସୀ ଚେହେରା ଭାବେ ପ୍ରଦାପ ମାଝୀ ଓ ସନ୍ତୋଷ ଅମାତ ମଧ୍ୟ ଦୌଡ଼ରେ ଥିବା କୁହାଯାଉଛି ।

Advertisment

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ? ସେପଟେ ସୁବାସ ସିଂଙ୍କ ସ୍ଥାନରେ ମଧ୍ୟ ଅନ୍ୟ ଜଣେ ରାଜ୍ୟସଭା ଯିବେ । ମୋଟ୍ ଉପରେ ଓ଼ଡ଼ିଶାରୁ ଏବେ ୪ ଜଣ, ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହେବେ ।

ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବ କୁହାଯାଉଛି । ୪ ଆସନରୁ ଦୁଇଟି ସିଟ୍ ମହିଳାଙ୍କୁ ମିଳିପାରେ । ତାସହ ପାୱାରଫୁଲ୍ ଗୋଷ୍ଠୀ ସହ ଉତ୍ତମ ସଂପର୍କ ଥିବା ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି । ଏବେ ରାଜ୍ୟସଭାରେ ମମତା ମହାନ୍ତ ବିଜେଡିର ଏକମାତ୍ର ମହିଳା ସାଂସଦ ଅଛନ୍ତି । ଆଉ ଦୁଇଜଣଙ୍କୁ ପଠାଇଲେ ରାଜ୍ୟସଭାରେ ଓଡ଼ିଶା କୋଟାରୁ ୩୩ ପ୍ରତିଶତ ଆସନରେ ମହିଳା ରହିବେ ।

Advertisment

ମହିଳା ପ୍ରାର୍ଥୀଙ୍କ ଭିତରେ ସୁବ୍ରତ ବାଗ୍‌ଚୀଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ଓଡ଼ିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ମୁଖପାତ୍ର ସୁଲତା ଦେଓ, ପୂର୍ବତନ ବିଧାୟିକା ରାସେଶ୍ୱର ପାଣିଗ୍ରାହୀ ରେସ୍‌ରେ ଥିବା ଚର୍ଚ୍ଚା ହେଉଛି । ତେବେ ପ୍ରାର୍ଥୀ ଚୟନ ବେଳେ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ମହିଳାଙ୍କୁ ଗୁରୁତ୍ୱ ମିଳିପାରେ ।

ସେପଟେ ଦକ୍ଷିଣ ଓଡ଼ିଶାରୁ ପ୍ରଦୀପ ମାଝୀଙ୍କୁ ରାଜ୍ୟସଭା ସୁଯୋଗ ମିଳିପାରେ । ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ରାଜ୍ୟସଭା ଟିକେଟ୍ ମିଳିବା ସମ୍ଭାବନା ଅଧିକ ରହିଛି । ସେପଟେ ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ନେତା ତଥା ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ସନ୍ତୋଷ ଅମାତ୍‌ଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି ପାୱାର କରିଡର୍‌ରେ ଚର୍ଚ୍ଚା ହେଉଛି ।

ସେପଟେ ଅବସରପ୍ରାପ୍ତ ଟପ୍ ବ୍ୟୁରୋକ୍ରାଟସ୍‌ଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ନାଁକୁ ନେଇ ବି କଳ୍ପନାଜଳ୍ପନା ଲାଗି ରହିଛି । ଅନ୍ୟପକ୍ଷରେ ବିଜେଡିର ଗଣମାଧ୍ୟମ ବ୍ୟାପାର ବୁଝୁଥିବା ମାନସ ମଙ୍ଗରାଜ, ମୁଖପାତ୍ର ସୁଲତା ଦେଓ ଓ ଲେନିନ ମହାନ୍ତିଙ୍କ ମଧ୍ୟରୁ ଜଣକୁ ଟିକଟ୍ ମିଳିପାରେ ବୋଲି କୁହଯାଉଛି । ତେବେ ସସ୍ମିତ ପାତ୍ରଙ୍କ ପ୍ରଦର୍ଶନ ରାଜ୍ୟସଭାରେ ଭଲ ଥିବାରୁ ତାଙ୍କୁ ପୁଣିଥରେ ସଂସଦକୁ ପଠାଯିବାର ସମ୍ଭାବନା ରହିଛି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଏବେ ଅଡୁଆରେ ପଡିଥିବାରୁ ଜଣେ ଐତିହ୍ୟ ସଂପନ୍ନ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବା ନେଇ ବି ଚର୍ଚ୍ଚା ହେଉଛି । ତେବେ ସର୍‌ପ୍ରାଇଜ୍ କାର୍ଡ ଖେଳିବାରେ ଧୂରନ୍ଦର ନବୀନ, ଶେଷ ମୁହୂର୍ତ୍ତରେ ଅନ୍ୟ କୌଣସି ନୂଆ ନାଁ ଘୋଷଣା କରିବା ସମ୍ଭାବନାକୁ ବି ଏଡ଼ାଇ ଦେଇ ହେବନାହିଁ ।

Special Story Rajya Sabha Polls BJD
Advertisment
Advertisment