• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂ କଟକ ମେୟର ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଏହି କାରଣରୁ ଗୋଟିଏ ଆସନ ଖାଲି ପଡ଼ିଛି । ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଏହା ଜୁନ ୨ ତାରିଖ ଯାଏ ଚାଲିବ । ୧୩ ତାରିଖରେ ଭୋଟିଂ ହେବ । ଏହା ଆଗରୁ ୩ଟି ରାଜ୍ୟସଭା ଆସନରେ ଭୋଟ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ରେସ୍‌ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି । ଆଉ ଏଥିପାଇଁ ସୁସ୍ମିତା ବାଗ୍‌ଚୀଙ୍କଠାରୁ ଆରମ୍ଭ କରି ଶ୍ରୀମୟୀ ମିଶ୍ର, ସୁଲତା ଦେଓ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଥିଲା । ସେପଟେ ଆଦିବାସୀ ଚେହେରା ଭାବେ ପ୍ରଦାପ ମାଝୀ ଓ ସନ୍ତୋଷ ଅମାତ ମଧ୍ୟ ଦୌଡ଼ରେ ଥିବା କୁହାଯାଉଛି ।

ଏବେ ବଡ଼ ପ୍ରଶ୍ନ ରହିଛି ଯେ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ? ସେପଟେ ସୁବାସ ସିଂଙ୍କ ସ୍ଥାନରେ ମଧ୍ୟ ଅନ୍ୟ ଜଣେ ରାଜ୍ୟସଭା ଯିବେ । ମୋଟ୍ ଉପରେ ଓ଼ଡ଼ିଶାରୁ ଏବେ ୪ ଜଣ, ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହେବେ ।

ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଖାତାକୁ ଯିବ ବୋଲି କୁହାଯାଉଛି । ୪ ଆସନରୁ ଦୁଇଟି ସିଟ୍ ମହିଳାଙ୍କୁ ମିଳିପାରେ । ତାସହ ପାୱାରଫୁଲ୍ ଗୋଷ୍ଠୀ ସହ ଉତ୍ତମ ସଂପର୍କ ଥିବା ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି । ଏବେ ରାଜ୍ୟସଭାରେ ମମତା ମହାନ୍ତ ବିଜେଡିର ଏକମାତ୍ର ମହିଳା ସାଂସଦ ଅଛନ୍ତି । ଆଉ ଦୁଇଜଣଙ୍କୁ ପଠାଇଲେ ରାଜ୍ୟସଭାରେ ଓଡ଼ିଶା କୋଟାରୁ ୩୩ ପ୍ରତିଶତ ଆସନରେ ମହିଳା ରହିବେ ।