• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ନୂଆ ସଭାପତି ଭାବେ ଆଜି ବିଧିବଦ୍ଧ ଭାବେ ନିଯୁକ୍ତ କରିଛି AICC । ଏହା ପୂର୍ବରୁ ୨୦୦୨ରେ ମଧ୍ୟ ପିସିସି ସଭାପତି ଥିଲେ ଶରତ । ଦ୍ୱିତୀୟ ଥର ପାଇଁ ହାଇକମାଣ୍ଡଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି ।

ଏହାସହ ଗତ ଦୁଇ ବର୍ଷ ଧରି ଇସ୍ତଫା ଦେଇଥିବା ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିଛି ଦଳ । ଦାୟିତ୍ୱ ମିଳିବା ପରେ ସମସ୍ତଙ୍କୁ ନେଇ ସାଙ୍ଗରେ ନେଇ ଚାଲିବୁ ବୋଲି କହିଛନ୍ତି ଶରତ । ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବୁ ଓ ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି କରିବୁ ବୋଲି କହିଛନ୍ତି ଶରତ ।

ତେବେ ଏନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିଛି । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା ମିଳିଛି । ଶରତଙ୍କ ନେତୃତ୍ୱରେ ସଫଳତା ପାଇବୁ ବୋଲି କହିଛନ୍ତି ନିରଞ୍ଜନ । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ ।

ସେ ଆହୁରି କହିଛନ୍ତି ଯେ, ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇବା ମୋ ପାଇଁ ବଡ଼ ସମ୍ମାନ ଥିଲା । ସୋନିଆ ଗାନ୍ଧି ସଭାପତି ଭାବେ କାମ କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞ ଜଣାଉଛି । ପିସିସି ସଭାପତି ଭାବେ କାମ କରିବା ବେଳେ ରାହୁଲ ଗାନ୍ଧୀଙ୍କ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।