ଦୀଘାକୁ ଜଗନ୍ନାଥ ଧାମ ବୋଲି ପଶ୍ଚିମବଙ୍ଗ ସରକାର କହୁଛନ୍ତି, ଆପଣ କାହିଁକି ବିରୋଧ କଲେନି ବୋଲି ପ୍ରଶ୍ନରେ ରାଗିଗଲେ ରାମକୃଷ୍ଣ । କହିଲେ, ଆପଣଙ୍କର ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ଥିଲେ, କାହିଁକି ବିରୋଧ କଲେ ନାହିଁ । ଆମ ରାଜ୍ୟ ସରକାର ଏ ସଂପର୍କରେ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନାଁ ପ୍ରତ୍ୟାହାର ପାଇଁ ଜଣାନ୍ତୁ । ମୁଁ ମଧ୍ୟ ମମତାଙ୍କୁ ଧାମ ଶବ୍ଦ ବ୍ୟବହାର ନକରିବା ପାଇଁ ଚିଠି ଲେଖିବି ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ପୁରୀରେ ଚନ୍ଦନ ଯାତ୍ରାବେଳେ ବାଣ ଫୁଟାଇବା ଉପରେ ଲାଗିଲା ରୋକ୍ । ଏଥିସହ ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ଭକ୍ତ ଓ ସେବକଙ୍କର ହେବ ହେଲଥ୍ ଇନସ୍ୟୁରାନ୍ସ । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ।
ନୀଳ ଆକାଶ ମେଘାଚ୍ଛନ୍ନ ଥିଲା । ଶ୍ରୀକ୍ଷେତ୍ର ମେଘ ଗୁମୁରୁଥିଲା । ନୀଳଚକ୍ରରୁ ପତିତପାବନକୁ ଫିଟାଇ ଆକାଶରେ ଉଡ଼ିବୁଲିଲା ଚିଲ । କୁହଯାଏ କାଳିଆ ପାଖରେ ଜାତି ଅଜାତି ନଥାଏ । କାଳିଆ ପାଖରେ ଛଆଁ ଅଛୁଆଁ ନଥାଏ । କାଳିଆ ପାଖରେ ନଥାଏ ଶୁଭ-ଅଶୁଭ । ସର୍ବେ ମଙ୍ଗଳେ ଜଗନ୍ନାଥ, ସର୍ବ ହୁଏ ସିଦ୍ଧି । ତାକୁ ଥରେ ଡାକି ଯେଉଁ କାମ କଲେ ସବୁ ହୋଇଯାଏ ଶୁଭ । ସବୁ ବାଧା ବିଘ୍ନ ଟଳିଯାଏ । ଆଉ ଏ ହେଉଛି କିଛି ବିରଳ ଦୃଶ୍ୟ ।
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଇନ ମନ୍ତ୍ରୀ କହିଛନ୍ତି, ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି ସପ୍ତାହ ଭିତରେ ପରିଚାଳନା କମିଟି ଗଠନ ହୋଇଯିବ । ଏହାପରେ କମିଟିର ନିଷ୍ପତ୍ତି ଏବଂ ପରାମର୍ଶ କ୍ରମେ ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିଗୁଡ଼ିକର ସ୍ଥାନାନ୍ତର ସାରି ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସ୍ବାଗତ କରିଥିବାବେଳେ ଧାଡ଼ି ଦର୍ଶନ ପାଇଁ କେମିତି ରହିବ ବ୍ୟବସ୍ଥା ସେନେଇ ବଢ଼ିଛି ଚର୍ଚ୍ଚା ।
ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ । ତେଣେ ଆଜି ପୁଣି ସିଂହଦ୍ୱାର ସାମ୍ନାରେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ଭକ୍ତ । ସ୍ଥିତି ସ୍ୱାଭାବିକ କରିବାକୁ ନାକେଦମ୍ ହୋଇଥିଲା ପୋଲିସ ।
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା । ଜାନୁଆରୀ ପହିଲାରୁ ନାଟମଣ୍ଡପରେ ବ୍ୟାରିକେଡ୍ । ରାମ୍ପ ସିଷ୍ଟମ୍, ଦିବ୍ୟାଙ୍ଗ ପାଇଁ ବି ସ୍ୱତନ୍ତ୍ର ବ୍ୟବସ୍ଥା । ସ୍ୱତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆନନ୍ଦବଜାରରେ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ।
ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।
ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂରତୀ । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଗଲେ ଭାଇ-ଭଉଣୀ । ଆସନ୍ତାକାଲିଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।
ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା। ତାଳଧ୍ବଜ ରଥରେ ଛେରା ପହଁରା କଲେ ଗଜପତି । ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି।
ଆଉ ୩ ଦିନର ଅପେକ୍ଷା । ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ତେବେ ତଦାରଖ କମିଟି ଅଧ୍ୟକ୍ଷଙ୍କ କଥାରୁ ଏକପ୍ରକାର ସ୍ପଷ୍ଟ ଯେ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୧୯ ପୂର୍ବରୁ ଖୋଲାଯାଇପାରେ ରତ୍ନଭଣ୍ଡାର ।
ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ।
କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି।
ବଡ଼ ଦେଉଳର ଚାରିଦ୍ବାର ଖୋଲାଯିବା ପରେ, ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼। ରଜଛୁଟି ବି ବଢ଼ାଇଛି ଭକ୍ତ ସମାଗମ। ଶ୍ରୀମନ୍ଦିର ବାହାର ଅପେକ୍ଷା, ଭିତରେ ଦର୍ଶନ ବେଳେ ଅଧିକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା ଅଧିକ ସୁଚାରୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ।
ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ।
ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।
ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଏଠାରେ ସପ୍ତାହକୁ ମାତ୍ର ତିନିଦିନ ପୂଜା ହେଉଥିବା ବେଳେ ଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।
ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।
ସୋସିଆଲ୍ ମିଡିଆରେ ଖୁଲ୍ଲମ୍ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି।
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।
ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।
ଜଗନ୍ନାଥଙ୍କ ସଂପତ୍ତିକୁ ଭୋଗ ଦଖଲ କରୁଥିବା ସେବାୟତଙ୍କ ନାଁରେ କରିବା ଲାଗି ଦାବି । ତେବେ ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲ୍ୟାଣ୍ଡ ସବ୍ କମିଟି ଗଠନ ହୋଇଥିଲେ ବି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ।