/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653479006.jpg)
Lenin Mohanty
ପୁଣି ବିଜେଡି ରଖିଲା ଯୁକ୍ତି । ବାରମ୍ବାର ସରକାରଙ୍କ ମିଛ ଧରାପଡ଼ିବା ପରେ ଏବେ ପୁଣିଥରେ ଯୁକ୍ତି ବାଢ଼ିଛି ବିଜେଡି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବା ବଦଳରେ ଏବେ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଛି । ପ୍ରେସ ରିଲିଜ୍ ଜରିଆରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି ।
ବଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ହୋଇଛି । ବିଧାନସଭାରେ ଯୋଜନାଟି ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିରେ ପାରିତ ହୋଇଥିଲା । ପରେ ଏହାକୁ NMAକୁ ପଠାଯାଇଥିଲା, ସେ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । NMA ଅନୁମୋଦନ ପରେ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତି ପକାଯାଇଥିଲା । ପରେ ASIଙ୍କ ପରାମର୍ଶରେ କିଛି ସଂଶୋଧନ କରାଯାଇଥିଲା । ଆଗକୁ ବର୍ଷା ଓ ରଥଯାତ୍ରା ଆସୁଥିବାରୁ ସମସ୍ତେ ପ୍ରକଳ୍ପକୁ ସମର୍ଥନ କରିବା ଉଚିତ ବୋଲି ବିଜେଡି କହିଛି ।
ତେବେ ଗତକାଲି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ସମସ୍ତଙ୍କ ପକ୍ଷ ଶୁଣିଥିଲେ ଶଙ୍କରାଚାର୍ଯ୍ୟ । ଆଉ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ଜଗଦ୍ଗୁରୁ । ସେ କହିଥିଲଲେ ପୁରୀରେ ବିକାଶ ନାଁରେ ବବାଲ୍ ମଚାଯାଉଛି । ଏହି ପବିତ୍ର ଭୂମିର ଅସ୍ତିତ୍ୱ ଏବଂ ଆଦର୍ଶର ବିଲୋପର ମାର୍ଗ ପ୍ରଶସ୍ତିକରଣ କରାଯାଉଛି । ଆମେ ବିକାଶର ପକ୍ଷରେ । କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା ସପକ୍ଷରେ ଆମେ ନାହୁଁ । ଏଭଳି ଢଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।
ପରମ୍ପରା ପ୍ରାପ୍ତ ମଠକୁ, ମାର୍ଗ ପ୍ରଶସ୍ତିକରଣ ନାଁରେ ଭାଙ୍ଗି ଦିଆଯାଇଛି । ଶାସନତନ୍ତ୍ର ଭାବିବା ଉଚିତ ନୁହେଁ ଯେ, ଲୋକମତ ରହିଛି ବୋଲି ଯାହା ଇଚ୍ଛା ତାହା କରିବେ । ଲୋକଙ୍କ ମତ ସବୁବେଳେ ଗୋଟିଏ ପକ୍ଷରେ ନଥାଏ । ଏହା ବଦଳିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ଜଗଦ୍ଗୁରୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)