ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି ।
ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।
ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାରର ମହିଳାମାନେ ଦିନରାତି ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି।
ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍ମିଟ୍ରେ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।
ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ ।
୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ଅସୁବିଧା ପରେ ବି ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ଆଣିଛନ୍ତି ତିନୋଟି ମେଡାଲ। ଫେବୃଆରୀ ୯ ତାରିଖରେ ବିହାର ପାଟନାରେ ଆୟୋଜିତ ନେସନାଲ ଇଣ୍ଟର ଜୁନିୟର ଆଥେଲେଟିକ ମିଟରେ ଓଡିଶାରୁ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଇଭେଣ୍ଟ ଯଥା ୫ହଜାର, ୩ହଜାର, ୧୫ଶହ ରନରେ ଚମ୍ପିୟନ ହୋଇଛନ୍ତି ଆଦର୍ଶ।
ବ୍ରିଜ୍ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍ ବ୍ରିଜ୍ରୁ ପାଣିକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି।
ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି
ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି
ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।
ବିରୋଧୀଦଳ ନେତାଙ୍କ ପ୍ରତି ଅରୁପଙ୍କ ବୟାନକୁ ନେଇ ବିଜେପିର ହଲ୍ଲାବୋଲ । ଥାନାରେ ଏତଲା ଦେଇ ମାଗିଲେ ସୁରକ୍ଷା ।
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ । ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା ନୁହେଁ ତ ଆଉ କଣ? ଗୁଳି ବେକରେ ବାଜିବା ପରେ ବି ବଞ୍ଚିଯାଇଛନ୍ତି ଜୀବନ
ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କୁ ପୋଲିସ ଗିରଫ କରିଛି।
ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।
ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ।
ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।
ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା ।