Advertisment

କୋଇଲା ଟ୍ରାନ୍ସପୋର୍ଟିଂ ଶତ୍ରୁତା ପାଇଁ ଗଲା କି ନବଙ୍କ ଜୀବନ?

ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ।

author-image
Chandan Shishu
ଅଦ୍ୟତନ ହୋଇଛି
Naba Das Murder Case

Minister Naba das Murder Suspense

ନବ ଦାସ ମର୍ଡର ପ୍ଲଟର ସତ କଣ? କେଉଁଠୁ ହୋଇଥିଲା ଷଡ଼ଯନ୍ତ୍ର? କିଏ ରଚିଥିଲା ଚକ୍ରବ୍ୟୁହ? ଷଡ଼ଯନ୍ତ୍ର ପଛରେ ଲୁଚିଛି କି କୋଇଲା ଟ୍ରାନ୍ସପୋର୍ଟିଂ ବ୍ୟବସାୟ? ନବ ଦାସ ହତ୍ୟାକାଣ୍ଡକୁ ନେଇ ଦିନ ଯେତିକି ଗଡୁଛି, ସେତିକି ନୂଆ ଥିଓରୀ ସାମ୍ନାକୁ ଆସୁଛି। ମର୍ଡରର ମୋଟିଭ୍ ଏଯାଏଁ ସ୍ପଷ୍ଟ ହୋଇନଥିବାରୁ ଏହାକୁ ନେଇ ଚାଲିଛି ଭିନ୍ନ ଭିନ୍ନ ଚର୍ଚ୍ଚା। ମର୍ଡର ପଛରେ ଯେଉଁ ସବୁ କାରଣକୁ ନେଇ ଚର୍ଚ୍ଚା ହେଉଛି ସେଥିରେ ଆଗରେ ରହିଛି ବ୍ୟାବସାୟିକ ଶତ୍ରୁତା। କୋଇଲା ଟ୍ରାନ୍ସପୋର୍ଟିଂ ବିବାଦ ହତ୍ୟା ପଛର ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି କୁହାଯାଉଛି।

Advertisment

ହୋଟେଲ୍ ବିଜନେସ୍, ମାଇନିଂ ଟ୍ରାନସ୍ପୋର୍ଟିଂ ସହ ଏକାଧିକ ବ୍ୟବସାୟରେ ବେଶ୍ ଆଗରେ ଥିଲେ ନବ। ୨୦୧୯ ନିର୍ବାଚନ ସମୟରେ ନବ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ବେଦାନ୍ତ କମ୍ପାନିରୁ ପାଉଁଶ ନିଷ୍କାସନ ଓ ପରିବହନ, ହିଣ୍ଡୋଲକୋ, ଆଦିତ୍ୟ ବିର୍ଲା କଂପାନୀରୁ କୋଇଲା ପରିବହନ ନବଙ୍କ ପରିବାର ସଦସ୍ୟଙ୍କ ନାଁରେ ଚାଲିଥିଲା। ଏହାବାଦ୍ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ସମେତ ଅନ୍ୟ କିଛି ସ୍ଥାନରେ ନବଙ୍କର ବିଭିନ୍ନ ବ୍ୟବସାୟ ରହିଥିଲା। ଖାସ୍ କରି ଖଣି ବହୁଳ ଜିଲ୍ଲାରେ ନବଙ୍କର ନାନା ପ୍ରକାର ବ୍ୟବସାୟ ଚାଲିଥିଲା।

ଅଧିକ ପଢ଼ନ୍ତୁ: ‘ସୁରକ୍ଷିତ ନୁହେଁ ଗୋପାଳ, କିଛି ହେଲେ ଦାୟୀ ରହିବେ ରାଜ୍ୟ ସରକାର’

ତେବେ କୋଟି କୋଟି ଟଙ୍କାର କୋଇଲା ଟ୍ରାନ୍ସପୋର୍ଟିଂ ପ୍ରାୟତଃ ନବ ଓ ତାଙ୍କ ସମର୍ଥକ କରୁଥିଲେ। ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ। ତେଣୁ ପ୍ରଶ୍ନ ଉଠୁଛି କୋଇଲା ଟ୍ରାନ୍ସପୋର୍ଟିଂ କାରବାର ନବଙ୍କ ପାଇଁ କାଳ ହେଲା କି? କୌଣସି ପ୍ରଭାବଶାଳୀ ବ୍ୟକ୍ତି ଗୋପାଳ ଦାସଙ୍କୁ ବ୍ୟବହାର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ? ସେପଟେ ବିରୋଧୀ ଏହି ଦିଗରେ ତଦନ୍ତ କରି ହତ୍ୟାକାଣ୍ଡ ପଛ ସତ ବାହାର କରିବାକୁ ଦାବି କରିଛନ୍ତି। 

Advertisment

କେବଳ ବ୍ୟବସାୟ ନୁହେଁ ରାଜନୀତିରେ ବି ବେଶ୍ ସଫଳତା ପାଇଥିଲେ ନବ। ୨୦୦୯ରୁ ୨୦୧୯ ତିନି ତିନି ଥର ବିଧାୟକ ହୋଇଥିଲେ। କଂଗ୍ରେସ ରୁ ଦୁଇ ଥର ଆଉ ବିଜେଡି ରୁ ୨୦୧୯ରେ ବିଧାୟକ ନିର୍ବାଚିତ ହେବା ପରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ। ମନ୍ତ୍ରୀ ହେବା ପରେ ନବଙ୍କ ଶକ୍ତି ଆହୁରି ବଢ଼ିବା ସହିତ ନିଜ ବ୍ୟବସାୟକୁ ବେଶ୍ ଆଗକୁ ନେଇଥିଲେ। ପଶ୍ଚିମ ଓଡ଼ିଶାରେ ବଢୁଥିବା ପ୍ରଭାବ ଯୋଗୁଁ ଅସୂୟା ଭାବ ରଖି ନବଙ୍କୁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡା ଜିଲ୍ଲାରେ ଅନେକ ଦିନ ଧରି ପୋଲିସ୍ ବିଭାଗରେ କାମ କରିଥିଲେ। ବିଭିନ୍ନ ସମୟରେ ନବଙ୍କ ପାଖେ ପାଖେ ଗୋପାଳଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଗୋପାଳ ଚାହିଁଥିଲେ ପୂର୍ବରୁ ବି ନବଙ୍କୁ ହତ୍ୟା କରିପାରିଥାନ୍ତେ। ତାହା ନକରି ଗତ ୨୯ ତାରିଖକୁ ସେ କାହିଁକି ବାଛିଲେ, ନବଙ୍କ ସହ ତାଙ୍କର ତିକ୍ତତାର କାରଣ କଣ। ତାକୁ ନେଇ ସସପେନ୍ସ ଲାଗି ରହିଛି। ଏବେ ସମସ୍ତଙ୍କ ନଜର ହତ୍ୟା ଗୁମର କେବେ ଖୋଲିବ? ଆଉ ଜଣାପଡ଼ିବ ପ୍ରଚ୍ଛଦପଟରେ ରହି ନବ ଦାସ ହତ୍ୟାକାଣ୍ଡ ପାଇଁ କେଉଁ ପ୍ରଭାବଶାଳୀ ଗୋଟି ଚଳାଇଥିଲେ। ନା ତଦନ୍ତର କୁହେଳିକା, ଆଈମା କାହାଣୀ ଭିତରେ ହଜିଯିବ ଜଘନ୍ୟ ଷଡ଼ଯନ୍ତ୍ର।

ରିପୋର୍ଟ: ଝାରସୁଗୁଡ଼ାରୁ ଭାଗୀରଥି ସାହୁ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

Naba Das
Advertisment
Advertisment