Advertisment

ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ, ଚରମ ନିଷ୍ପତ୍ତି ପୂର୍ବରୁ ଯୁବକଙ୍କ ସହ ହୋଇଥିଲା ପାଟିତୁଣ୍ଡ...

ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
VSSUT Student Jumps Off Power Channel Bridge

VSSUT girl student jumps off Power Channel Bridge, goes missing

ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିଲେ। ଖୋଜାଖୋଜି ପରେ ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ହେଲେ କଳାହାଣ୍ଡି ଜିଲ୍ଲାର ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ। ସେ ଭିସୁଟ୍‌ରୁ IT ପାସ୍ ଆଉଟ୍‌ କରିଥିଲେ। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସାର୍ଟିଫିକେଟ୍ ମଧ୍ୟ ନେଇଥିବା ସୂଚନା ମିଳିଛି। ତେବେ ଏହାପରେ ସେ ପି.ସି. ବ୍ରିଜ୍‌ରୁ ପାଣିକୁ ଡେଇଁ ପଡିଥିବା ଖବର ସାମ୍ନାକୁ ଆସିଥିଲା। 

Advertisment

କେଉଁ ପରିସ୍ଥିତିରେ ଚିନ୍ମୟୀ ବ୍ରିଜ୍‌ରୁ ପାଣିକୁ ଡେଇଁଲେ ତାହା ଜଣାପଡ଼ିନି। ଗତକାଲି ରାତିରେ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିପାରି ନଥିଲା। ଆଜି ପୁଣି ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ସକାଳେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। 

ସୂଚନା ଅନୁସାରେ, ଚିନ୍ମୟୀ ବୁର୍ଲା ଭିସୁଟ୍‌ରୁ Information Technology ବିଭାଗରୁ ପାସ୍‌ ଆଉଟ୍‌ ପରେ ଗତକାଲି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ଏପରିକି ସେ ସାର୍ଟି‍ଫିକେଟ୍‌ ମଧ୍ୟ ଗ୍ରହଣ କରିଥିଲେ। କାଲି ରାତିରେ ହିଁ ଚିନ୍ମୟୀ ବସ୍‌ରେ ଘରକୁ ଫେରିବାର ଥିଲା।

Advertisment

ହେଲେ ପି.ସି. ବ୍ରିଜ୍‌ ନିକଟରେ ଜଣେ ଯୁବକଙ୍କ ସହ କୌଣସି କାରଣକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ବ୍ରିଜ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ବୁର୍ଲା ଥାନାକୁ ଡକାଇ ପୋଲିସ ପଚରାଉଚରା କରୁଛି। ଯୁବକ ଜଣକ ଚିନ୍ମୟୀଙ୍କ ସହପାଠୀ ବୋଲି ଜଣାପଡ଼ିଛି।  

VSSUT Suicide Attempt
Advertisment
Advertisment