ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।
ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।
ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି
ସମ୍ବଲପୁରରେ ଆରମ୍ଭ ହେଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ।
ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ SRC । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।
ଆଜି ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବ ଶୋଭାଯାତ୍ରା। ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନକ ପୂର୍ବରୁ ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା।
ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
ଏବେ ବି ରୋଗ ସହ ଜୁଝୁଛନ୍ତି ୧୦ରୁ ଅଧିକ ଆକ୍ରାନ୍ତ । କାହିଁକି ବ୍ୟାପୁଛି କିଡନୀ ରୋଗ, କାରଣ ଅସ୍ପଷ୍ଟ
ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।
ଚାକିରିରୁ ଅବସର ନେବା ପରେ ଗୋବର୍ଦ୍ଧନଙ୍କ ବଗିଚାରେ ଏବେ ଭଳିକି ଭଳି ଗଛ ସହ ପେନ୍ଥା ପେନ୍ଥା ବରକୋଳି, ସପୁରି, କଦଳୀ, କାଜୁ, ଓ ଆମ୍ବ ଅନେକ ଫଳମୁଳ ଭରି ରହିଛି । ଚାଷରୁ ଅମଳ ହେବା ପରେ ଏସବୁକୁ ନିଜର ପାୱାର ଟିଲର ଟ୍ରାକ୍ଟରରେ ଲଦି ଗାଁ ହାଟକୁ ନେଇ ବିକ୍ରି କରୁଛନ୍ତି । ସେଇଥି ପାଇଁ ତ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସାହେବୀ ପଚାଂୟତ ରେଂଗାଲି ପଂଚୁ ଗାଁର ଗୋବର୍ଦ୍ଧନ ସାହୁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ।
କ୍ଲାଉଡ୍ଫଟ୍ ନାମକ ଏକ ଆପ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କାର ଲାଭ ଦେଖାଇ ଲୋକଙ୍କୁ ଠକିଥିବା ହୋଇଛି।
ମେଡ଼ିକାଲ କାନ୍ଥରେ ମେଂଚା ମେଂଚା ଚିତ୍ର ହୋଇଛି । ପୁଣି ଉପରେ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ବି ଲାଗିଛି । ଖାଲି ଏତିକି ନୁହେଁ ବରଂ ଝିଲିମିଲି ଲାଇଟ୍ ବି ଜଳୁଛି । ପରିସ୍କାର ଓ ପରିଛନ୍ନତା ଦେଖିବା ପରେ ଘଣ୍ଟାଏ ବସିବାକୁ ମନ ଡାକିବ । ସେଇଥି ଲାଗି ତ ମେଡ଼ିକାଲକୁ ମିଳିଛି ପୁରସ୍କାର ।
ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ମହିଳାଙ୍କୁ ଆକ୍ରମଣ କରିଥିଲେ।
ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି ।
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ।
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।
ଅଡୁଆ ହୋଇପାରେ ତଳମୁଣ୍ଡରେ ଜଳ ସଂରକ୍ଷଣ ପଦକ୍ଷେପ ।
ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା ।