Advertisment

‘ମର୍ଡର ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି’

‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ମିଟ୍‌ରେ ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
VSSUT Student Chinmayi Sahoo's Death: Sambalpur SP Rules Out Murder

VSSUT girl student death Sambalpur SP rules out murder

‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି। ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ଏନେଇ ଏସ୍‌ପି ବି. ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Advertisment

ସୂଚନାଥାଉ କି, ସମ୍ବଲପୁର ବୁର୍ଲା ସ୍ଥିତ ପିସି ବ୍ରିଜ୍‌ରୁ ଡେଇଁ ନିଖୋଜ ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ଛାତ୍ରୀଙ୍କ ମୃତଦେହ ନିଖୋଜର ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଉଦ୍ଧାର କରାଯାଇଥିଲା। କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ। ଏନେଇ ରେଜିଷ୍ଟ୍ରର ଅଭିଯୋଗ କରିବା ପରେ ପୋଲିସ୍‌ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା।

ଅନ୍ୟପକ୍ଷେ, ଚିନ୍ମୟୀଙ୍କ ବେକରେ କିଛି ଦାଗ ଥିବା କହି ଏହା ହତ୍ୟା ବୋଲି ପରିବାରବର୍ଗ ଅଭିଯୋଗ ଆଣିଥିଲେ। ଚିନ୍ମୟୀଙ୍କ ମା’ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଆଉ ଜଣେ ଯୁବକଙ୍କର ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଛି। ଏସବୁ ଭିତରେ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ମା’।

Advertisment
VSSUT Student Death
Advertisment
Advertisment