Advertisment

ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ଭୋରରୁ ବୟଫ୍ରେଣ୍ଡ୍‌କୁ ଗିରଫ କଲା ପୋଲିସ୍‌

ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ପୋଲିସ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Software Engineer Sweta Death Case

Software Engineer Sweta Death Case

ଭୁବନେଶ୍ୱରର ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲା ରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ। ଆଜି ଭୋରରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ପୋଲିସ ଗିରଫ କରିଛି। ସମ୍ବଲପୁର ବଂଶୀଧର ନଗର ସ୍ଥିତ ଘରୁ ସୌମ୍ୟଜିତ୍‌ ଗିରଫ ହୋଇଛନ୍ତି।

Advertisment

ବରେଇପାଲ୍ଲୀ ଥାନାରେ ଔପଚାରିକତା ସାରିବା ପରେ ସୌମ୍ୟଜିତ୍‌ଙ୍କୁ ସମ୍ବଲପୁରରୁ ଭୁବନେଶ୍ୱର କୁ ଅଣାଯାଉଛି। ସୂଚନାଥାଉ କି, ଗତବର୍ଷ ଅଗଷ୍ଟ ୧୯ ତାରିଖରେ ଶ୍ୱେତାଙ୍କ ମୃତ୍ୟୁ ହୋଇଥିଲା।ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ମୃତଦେହ ମିଳିଥିଲା।

ଶ୍ୱେତା ଆତ୍ମହତ୍ୟା କରିଥିବା ସେତେବେଳେ ପୋଲିସ୍ କହିଥିଲା। ଏଥିପାଇଁ ଶ୍ୱେତାଙ୍କ ପରିବାର ଲୋକ ସୌମ୍ୟଜିତ୍‌ଙ୍କୁ ଦାୟୀ କରିଥିଲେ। ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରୁ ଜଣାପଡ଼ିଥିଲା।

Advertisment

ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଥିଲେ ଶ୍ୱେତାଙ୍କ ଜଣେ ବନ୍ଧୁ। ସୌମ୍ୟଜିତ୍‌ଙ୍କୁ ବିବାହ କରିବା ପାଇଁ ଶ୍ୱେତା ଚାହୁଁଥିଲେ। ଏହି ସର୍ତ୍ତରେ ସୌମ୍ୟଜିତ୍‌ଙ୍କ ସହ ପ୍ରେମ ସମ୍ପର୍କ ବି ଗଢ଼ିଥିଲେ। କିନ୍ତୁ ସୌମ୍ୟଜିତ୍‌ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାକୁ ଅଣଦେଖା କରିଥିଲେ।

କେବେ ସୌମ୍ୟଜିତ୍‌ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ୍ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଥିଲେ । ଏପରିକି କିଛି ଫଟୋ ଓ ଭିଡିଓକୁ ଭାଇରାଲ କରିବାର ଧମକ ସୌମ୍ୟଜିତ୍‌ ଦେଇଥିବା କହିଥିଲେ ଶ୍ୱେତାଙ୍କ ବନ୍ଧୁ ।

Software Engineer Suicide Sweta Death Case
Advertisment
Advertisment