Advertisment

ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନାହାନ୍ତି ଚିନ୍ମୟୀଙ୍କ ମାଆ; ନ୍ୟାୟ ପାଇଁ ହାଇକୋର୍ଟ ଯିବେ

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
undefined

Chinmayi's mother does not believe the suicide theory

ପୋଷ୍ଟମୋର୍ଟମ୍ ରିପୋର୍ଟରେ ଯାହା ଥିଲା ଡାଏଟମ୍ ଟେଷ୍ଟ୍‌ରେ ବି ସମାନ କଥା ଆସିଲା। ଏବେ ଭିସରା ରିପୋର୍ଟକୁ ଅପେକ୍ଷା ରହିଛି। ଯଦି ଚିନ୍ମୟୀଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ସ୍ପଷ୍ଟ କରୁଛନ୍ତି ଏସ୍‌ପି, ତାହାଲେ କେମିତି ବୁର୍ଲା ପାୱାର୍‌ଚ୍ୟାନେଲ୍‌କୁ ଗଲେ ଭିସୁଟର ଏହି ପୂର୍ବତନ ଛାତ୍ରୀ? ସେ ରହସ୍ୟ କିନ୍ତୁ ଅଦ୍ୟାବଧି ପୋଲିସ ଭେଦିପାରିନି। ତେଣେ ଆତ୍ମହତ୍ୟା ଥିଓରୀକୁ ବିଶ୍ୱାସ କରୁ ନଥିବା ଚିନ୍ମୟୀଙ୍କ ମାଆ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି ଦୋହରାଇଛନ୍ତି।

Advertisment

ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ପାଣିରେ ବୁଡ଼ିଯିବା କାରଣରୁ ହିଁ ହୋଇଛି ବୋଲି ଆଜି ପୁଣି ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର। ସାମ୍ବାଦିକମାନଙ୍କୁ ବିସ୍ତୃତ ସୂଚନା ଦେଇ କହିଛନ୍ତି- ଚିନ୍ମୟୀଙ୍କ ମୃତଦେହ ଯେଉଁ ପାୱାର୍‌ ଚ୍ୟାନେଲ୍‌ରୁ ଉଦ୍ଧାର କରାଯାଇଥିଲା ସେ ସ୍ଥାନର ପାଣି ନମୁନା ବି ପରୀକ୍ଷା ପାଇଁ ପଠଯାଇଥିଲା। ଯେଉଁଥିରେ ଡାଏଟମ୍‌ର ଉପସ୍ଥିତି ରହିଥିଲା ଓ ବୋନମ୍ୟାରୋ ଟେଷ୍ଟ୍‌ରେ ସମାନ ଡାଏଟମ୍ ଉପସ୍ଥିତି ଜଣାପଡ଼ିଛି।

ତେଣୁ ଚିନ୍ମୟୀ ପାଣି ପିଇଥିବା ସ୍ପଷ୍ଟ ହୋଇଛି। ବାହାରୁ ହତ୍ୟା କରାଯାଇ ପାଣିରେ ଫିଙ୍ଗା ଯାଇଥିଲେ ସେଥିରୁ ଡାଏଟମ୍ ମିଳି ନଥାନ୍ତା। ତେବେ ଚିନ୍ମୟୀଙ୍କୁ କେହି ଠେଲି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ସେ ଦିଗରେ କିନ୍ତୁ ତଦନ୍ତ ସରିନି। ଏବେ ବି ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତାଙ୍କର ଦୁଇ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସଙ୍କୁ ବେଲ୍ ବଣ୍ଡ୍‌ରେ ଛଡ଼ା ଯାଇଥିଲେ ବି ଦରକାର ପଡ଼ିଲେ ନାର୍କୋ ଟେଷ୍ଟ୍‌ ହେବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

Advertisment

ସେପଟେ ପୋଲିସ୍‌ର ସୁଇସାଇଡ୍ ଥିଓରୀକୁ ଆଦୌ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମୃତା ଚିନ୍ମୟୀଙ୍କ ପରିବାର। ତାଙ୍କ ମାଆ କହିଛନ୍ତି- ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଆଦୌ ଗୁରୁତ୍ୱର ସହ ନେଉ ନାହିଁ। ଯଦି ମୃତ୍ୟୁ ପୂର୍ବରୁ ତାଙ୍କ ଝିଅ କେଉଁ ଢାବାରେ ବସି ନିଶା ସେବନ କରିଥିବାର ସିସିଟିଭି ଫୁଟେଜ୍‌ ମିଳିଥିବା କୁହାଯାଉଛି ସେ ଦିଗରେ କାହିଁକି ପୋଲିସ୍ ତଦନ୍ତ କରୁ ନାହିଁ ? ତାଙ୍କ ଝିଅ ଘରକୁ ଆସିବା ପରିପର୍ତ୍ତେ ପାୱାର୍‌ ଚ୍ୟାନେଲ୍‌କୁ କାହିଁକି ଗଲା ସେକଥା କାହଁକି ଖୋଳତାଡ଼ ହେଉନି ? ପୋଲିସ ତଦନ୍ତ ଆଦୌ ସନ୍ତୋଷ ଜନକ ହେଉ ନଥିବାରୁ ଏବଂ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ ସେମାନେ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବା ନିଶ୍ଚିତ ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ।

ପ୍ରକାଶଥାଉଯେ ଗତ ମାର୍ଚ୍ଚ ୧ ତାରିଖରେ ବୁର୍ଲା ପାୱାର ଚ୍ୟାନେଲ୍‌ରୁ ମିଳିଥିଲା ଚିନ୍ମୟୀ ସାହୁଙ୍କ ମୃତଦେହ। ଯାହାକୁ ପୋଲିସ୍ ଆତ୍ମହତ୍ୟା ବୋଲି କହୁଥିବାବେଳେ ଚିନ୍ମୟୀଙ୍କ ପରିବାର ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଆସୁଛନ୍ତି। ଏମିତିକି ଚିନ୍ମୟୀଙ୍କ ସହ ଘଟଣାଦିନ ଥିବା ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସର ପଲିଗ୍ରାଫ୍ ଟେଷ୍ଟ ବି ସରିଛି।

(ସମ୍ବଲପୁରରୁ ସଞ୍ଜୟ ଜେନା ଓ ବଲାଙ୍ଗିରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ)

Murder Murder Case
Advertisment
Advertisment