Advertisment

ପ୍ରଶାସକଙ୍କ ପ୍ରେମ କାହାଣୀ : ସାଙ୍ଗ ହୋଇ କାମ କରୁଥିଲେ, ଏବେ ସ୍ୱାମୀ-ସ୍ତ୍ରୀ ହେବେ

ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା

author-image
Sarbeswar
ଅଦ୍ୟତନ ହୋଇଛି
Odisha Collectors Ananya Das, Chanchal Rana Get Engaged

IAS MARRIAGE

ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲାଙ୍ଗିର ର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ୍ । ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ବି ସାମିଲ ହୋଇଥିଲେ । ନିର୍ବନ୍ଧ ପାଇଁ ଚଞ୍ଚଳ ଓ ତାଙ୍କ ପରିବାର ସଦସ୍ୟ ଶନିବାରରୁ ଆସି ସମ୍ବଲପୁରରେ ପହଞ୍ଚିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା ବି କିଣିଥିଲେ ।

Advertisment

ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆ ରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଓଡ଼ିଶା ରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ ।

ଉଭୟଙ୍କ ମଧ୍ୟରେ ବିବାହ କେଉଁଠି ହେବ? କେମିତି ହେବ ? ସେନେଇ କୌଣସି ସୂଚନା ମିଳିନଥିବା ବେଳେ କିନ୍ତୁ ଉଭୟଙ୍କ ବାହାଘରକୁ ନେଇ ଏବେ ପୂରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା। ତେବେ ଜାଣିରଖନ୍ତୁ...ଏମାନଙ୍କ ପ୍ରେମ ବିଷୟରେ କିଛି ରୋଚକତଥ୍ୟ...୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କ ଘର ଅନୁଗୁଳ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ୟୁପିଏସିରେ ସେ ଟପ୍ପର ବି ହୋଇଥିଲେ। ପୂର୍ବରୁ ସମ୍ବଲପୁର କୁଚିଣ୍ଡାର ଉପ-ଜିଲ୍ଲାପାଳ ଭାବରେ ଦାୟିତ୍ୱ ବି ତୁଲାଇଥିଲେ।

Advertisment

ତେବେ ଅନନ୍ୟା ଦାସଙ୍କୁ ନେଇ ବି ନେଇ ସବୁବେଳେ ଚର୍ଚ୍ଚା ଚାଲେ। ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ। ୟୁପିଏସସିର ସର୍ବଭାରତୀୟ ସ୍ତରରେ ୧୬ ତମ ରାଙ୍କ ପାଇ ଚର୍ଚ୍ଚିତ ଥିଲେ ଅନନ୍ୟା। ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି। ସିଲିଭର ସିଟିରେ ସେ କମିଶନର ଭାବରେ ବି ଦାୟିତ୍ୱ ତୁଲାଇଛନ୍ତି। ତେବେ ଅନନ୍ୟା ଓ ଚଂଚଲଙ୍କୁ ନେଇ ଏବେ ବଢିଛି ଚର୍ଚ୍ଚା। 

Marriage
Advertisment
Advertisment