• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଗଛ ରହିଲା, ରାସ୍ତା ଘୁଚଂଲା

  • ଗଛରେ ଠାକୁରାଣୀ ଭୟ


  • କାଟିବାକୁ ଆସି ୩ ଜଣଙ୍କ ଜୀବନ ଗଲା

ଗଛ ମୂଳରେ କୀର୍ତ୍ତନ ଚାଲିଛି, ପୂଜାର୍ଚ୍ଚନା ବି ହେଉଛି। ଏମିତି କିଛି ଦୃଶ୍ୟ  ଦେଖିବା ପରେ ଆପଣ ଭାବୁଥିବେ ଗଛ ମୂଳରେ କୌଣସି ଦେବାଦେବୀ ମନ୍ଦିର ରହିଛି ତେଣୁ ପୂଜାର୍ଚ୍ଚନା ହେଉଛି। ଦର୍ଶକବନ୍ଧୁ ମନ୍ଦିର ନାହିଁ କିନ୍ତୁ ଗଛ ମୂଳେ ତିଆରି ହେବ ମନ୍ଦିର। ଆଉ ନିଇତି ଚାଲିବ ପୂଜାର୍ଚ୍ଚନା।

ରାସ୍ତା ମଝିରେ ଗଛ ରହିଛି...ଗଛ ତଳେ ପୂଜାର୍ଚ୍ଚନା ଚାଲିଛି । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ରେଢାଖୋଲ ପାଖ ବଡହିନ୍ଦୋଳ ଗାଁରୁ । ପ୍ରଶାସନର ନିଷ୍ପତ୍ତି କ୍ରମେ ୪ ଥାକିଆ ରାସ୍ତା ନିର୍ମାଣ ହେଉଛି । ହେଲେ ଏଇ ଗଛ ନିର୍ମାଣ କାମରେ ବାଧା ସୃଷ୍ଟି କରୁଛି । ଗଛକୁ ବାରମ୍ବାର ହଟାଇବାକୁ ପ୍ରଶାସନ ଉଦ୍ୟମ କରିଛି କିନ୍ତୁ ଫେଲ ମାରିଛି। ଗଛ କାଟିବାକୁ ଯିଏ ମେସିନ ଆଣିଛି ସେ ମେସିନ ସବୁ ଖରାପ ହୋଇଯାଉଥିବା ବେଳେ ରାସ୍ତା ତିଆରି କରୁଥିବା ଠିକା କମ୍ପାନୀର ତିନିଜଣ କର୍ମଚାରୀଙ୍କ ମୃତ୍ୟୁ ବି ହେଲାଣି । ତେଣୁ ଗଛ ହାଣିବାକୁ କେହି ସାହସ ଜୁଟାଇପାରୁନାହାନ୍ତି।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି।

ଗାଁ ଲୋକଙ୍କ ବିଶ୍ୱାସ ରହିଛି ଏହି ଗଛରେ ମାଆ ପେନ୍ଥେଇ ବୁଢୀ ଠାକୁରାଣୀ ରହିଛନ୍ତି । ମାଆ ଥିବାରୁ ଗାଁରେ କୌଣସି ଅନିଷ୍ଠ ହୋଇନି । ହେଲେ ରାସ୍ତା ପାଇଁ ଏଇ ଗଛ କାଟିବାକୁ ଠିକା କମ୍ପାନୀ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ନିରାଶ ହୋଇଛି। ତେଣୁ ଏଇ ଗଛ ସେମିତି ରହିବା ପରେ ବି ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ଠିକା କମ୍ପାନୀ। ଏମିତିକି ସ୍ଥାନୀୟ ଲୋକ କୁହନ୍ତି ଗଛରେ ମାଆ ଥିବାରୁ ଏଇ ବାଟେ ଯିଏ ଯିବ ତାଙ୍କର ରାସ୍ତାରେ କୌଣସି କ୍ଷତି ହେବନି।

ତେବେ ଆଜିକା ଦିନରେ ଏମିତି ଘଟଣାକୁ କେହି ବିଶ୍ୱାସ କରୁନଥିଲେ ବି ସ୍ଥାନୀୟ ଲୋକ ଓ କମ୍ପାନୀ ଏଠାରେ କିଛି ଅଲୌକିକ ଶକ୍ତି ଥିବା କହିବା ସହ ରାସ୍ତାକୁ ଟେକ୍ନିକାଲି ନିର୍ମାଣ କରିବାର ନିଷ୍ପତ୍ତିକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

ରେଢାଖୋଲରୁ ରମାକାନ୍ତ ମହାନନ୍ଦ