ବାପା କାନ୍ଧରେ ଚାଲିଗଲା ଝିଅର ଜୀବନ। ଗାଁକୁ ଭଲ ରାସ୍ତା ନ ଥିବାରୁ ଝିଅର ଜୀବନ ରକ୍ଷା ପାଇଁ ୨ କି.ମି. କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ଚାଲି ଚାଲି ଆସିଲା ବାପା। ହେଲେ ଆମ୍ବୁଲାନ୍ସରେ ଝିଅକୁ ନେଇ ମେଡିକାଲ୍ରେ ପହଞ୍ଚିଲା ବେଳକୁ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା।
କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗିରଫ। ୨୦୧୮ରେ କେନ୍ଦୁଝର ପୋଲିସ ଟିମାକୁ ରିମାଣ୍ଡରେ ନେବାବେଳେ ପୋଲିସ ହେପାଜତରୁ ସେ ଚମ୍ପଟ ମାରିଥିଲା।
ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା ।
ବୁର୍ଲା ଭିସୁଟର ଜଣେ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଲେଖାଏଁ ଓ ଅନ୍ୟ ୧୦ ଛାତ୍ରଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି
ବୁର୍ଲା ଭିସୁଟ୍ରେ ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ମରା ଘଟଣାରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି।
NREGAରେ କାମ କରିବା ପରେ ମିଳୁନି ପାରିଶ୍ରମିକ । ଏନେଇ ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସମ୍ବଲପୁର କେଶାଇବାହାଲ ପଞ୍ଚାୟତର ଶହ ଶହ ଶ୍ରମିକ ଏଭଳି ଅଭିଯୋଗ ଆଣି ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି।
ବୁର୍ଲା ଭିସୁଟ୍ରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ଜଣେ ୩ୟ ବର୍ଷ ଛାତ୍ରଙ୍କୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ ଅଭିଯୋଗ । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ କିଛି ଦିନର ଅନ୍ତର ପରେ ପୁଣି ଭିସୁଟ୍ରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ ।
ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।
ଏବେ ଟ୍ରେଣ୍ଡରେ ଅଛି ଟାଟୁ । ଯୁବ ପିଢିଠୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଦେହରେ ଟାଟୁ କରି ସଜେଇ ହେବାକୁ ବେଶ୍ ପସନ୍ଦ କରୁଛନ୍ତି । ମେଟ୍ରୋ ହେଉ କି ଛୋଟ ସହର ସବୁଠି ଅଛି ଟାଟୁର କ୍ରେଜ୍ ।
ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଧନକଉଡ଼ା ବ୍ଲକ୍ କୁଦଗୁଣ୍ଡେରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ।
୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।
ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।
ମରିଗଲା ମାନବିକତା । ପାଖ ପଡ଼ୋଶୀ ବି ଦେଲେନି କାନ୍ଧ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବାରବାଙ୍କ ଗାଁରେ ।