/odishatv-khabar/media/post_attachments/uploadimage/library/16_9/16_9_0/Railway_1740157104.jpg)
Railway
ବହୁ ଦିନର ଦାବି ପରେ ବ୍ରହ୍ମପୁରରେଳ ଷ୍ଟେସନର ନବକଳେବର ଆରମ୍ଭ ହେଲା ସତ କିନ୍ତୁ କାମ ଯେପରି ଶେଷ ହେବାର ନାଁ ଧରୁନି। ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନକୁ ନେଇ ବହୁ ସମସ୍ୟା ରହିଥିବାବେଳେ ଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରିଛି ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି। ତେଣେ ରେଳବିଭାଗର ଅଧିକାରୀଙ୍କ କହିବା କଥା, ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି କରାଯାଉଛି ଆନୁସଙ୍ଗିକ ବ୍ୟବସ୍ଥା।
ଅଧିକ ପଢ଼ନ୍ତୁ : ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ
ରାଜ୍ୟର ଅନ୍ୟତମ ପୁରାତନ ବ୍ରହ୍ମପୁର ରେଳଷ୍ଟେସନ। ବିଶ୍ବସ୍ତରୀୟ କରିବାକୁ ଅନେକବାର ଆନ୍ଦୋଳନ ପରେ ଏଠି ଆରମ୍ଭ ହୋଇଛି ପ୍ରକ୍ରିୟା। ରେଳଷ୍ଟେସନକୁ ନୂଆ ରୂପ ଦେବାକୁ ଚାଲିଛି ଉଦ୍ୟମ। କିନ୍ତୁ ଯେଉଁଭଳି ଭାବେ କାମ ହେବା କଥା, ଏଠି ସେଭଳି କରାଯାଉନଥିବା ଅଭିଯୋଗ କରିଛି ଦକ୍ଷିଣ ଓଡ଼ିଶା ମିଳିତ ରେଳକ୍ରିୟାନୁଷ୍ଠାନ କମିଟି।
ଏପରିକି କାମ ସରିବାର ନାଁ ଧରୁନି। କିଛିଦିନ ତଳେ ରେଳବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଆସି ତଦାରଖ କରି ଯାଇଥିଲେବି ଭିତ୍ତିଭୂମି ବିକାଶ ଉପରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ୫ ନମ୍ବର ପ୍ଲାଟଫର୍ମ ତିଆରି ସହ କୋଚିଂ ଡିପୋ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି କରିଛି ସଂଗଠନ ।
ସେପଟେ ଗତ କିଛିିଦିନ ତଳେ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ଆସି ବ୍ରହ୍ମପୁର ରେଳଷ୍ଟେସନ ପରିଦର୍ଶନ କରିଛନ୍ତି। ତାଙ୍କ କହିବା କଥା, ଆଗରୁ କରାଯାଇଥିବା ଡିଜାଇନକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି। ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଅନ୍ୟ ଏକ ଡିଜାଇନ କରାଯିବାସହ ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ଯାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ବି କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)