/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677166728.jpg)
Police-public clash at Bamra statio
ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନରତ ଜତନାଙ୍କ ଉପରେ RPF ମୃଦୁ ଲାଠିଚାଳନା କରିଛି । ସେହିପରି ପୋଲିସ ଉପରକୁ ଆନ୍ଦୋଳନକାରୀଙ୍କ ଟେକାପଥର ମାଡ଼ କରିଛନ୍ତି । ବାମରା ଷ୍ଟେସନରେ ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବିରେ ଗତକାଲି ଆନ୍ଦୋଳନକୁ ଓହ୍ଲାଇଥିଲେ ଅଞ୍ଚଳବାସୀ ।
ତେବେ ଗତକାଲି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି କେତେକ ଟ୍ରେନ୍ ଏଠାରେ ରହିବ ବୋଲି ADRM ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ସକାଳୁ ADRMଙ୍କ ପ୍ରତିଶ୍ରୁତି ଅନୁସାରେ କୌଣସି ଟ୍ରେନ୍ ନରହିବାରୁ ଲୋକେ ପୁଣି ଏକାଠି ହୋଇଥିଲେ ।
ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଡିଆରଏମଙ୍କ ପତିଶ୍ରୁତି ପରେ ଆନ୍ଦୋଳନକାରୀ ଷ୍ଟେସନରୁ ହଟୁଥିବା ବେଳେ ହଠାତ ଆରପିଏଫ୍ ପହଞ୍ଚି ଭିଡ଼ ହଟାଇବାକୁ ମୃଦୁ ଲାଠ ଚାଳନା କରିଥିଲା । ଏପଟେ ଆରପିଏଫ ଲାଠିଚାଳନା ପରେ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ୪ ଜଣ ସାଧାରଣ ଲୋକ ଏବଂ ୩ ଜଣ ଆରପିଏଫ୍ କର୍ମଚାରୀ ଆହତ ହୋଇଛନ୍ତି ।
ଆନ୍ଦୋଳନକାରୀ ଉଗ୍ରରୂପ ନେବାରୁ ଭଙ୍ଗାରୁଜା ମଧ୍ୟ କରିଥିଲେ । କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲେ ବି ଟ୍ରେନ୍ ରହଣୀ ଦାବିକୁ ନେଇ ଲୋକଙ୍କ ଭିତରେ ଏବେ ବି ଚାପା ଉତ୍ତେଜନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)