ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।
ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଘର ମିଳିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।
ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।
ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ସଂସାର ଉଜାଡି ଦେଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ଆବାସ ଯୋଜନାର ପ୍ରଥମ କିସ୍ତି ପାଇବା ପରେ ୧୧ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ମିଳିଥିଲା ।
‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’
ଆବାସ ଘର ହୋଇନି ହେଲେ ବିଲ୍ ଟଙ୍କା ଉଠାଇ ଚଳୁ। ଆବାସ ଦୁର୍ନୀତିର୍ ବଡ଼ ଚଞ୍ଚକତା । ନୀଳଗିରି ବ୍ଲକ କର୍ମଚାରୀ ତଥା ମହିଳା GRSଙ୍କ ବଡ଼ କେଲେଙ୍କାରୀ।
ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।
ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।
ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ପିଏମ୍ ଆବାସ ଯୋଜନାକୁ ନେଇ ପୁଣି ବିବାଦ। ଘରବଣ୍ଟାରେ ବିଳମ୍ବକୁ ନେଇ ବିଜେପିର କଡ଼ା ଚେତାବନୀ। ବର୍ଷା ପୂର୍ବରୁ କାର୍ଯ୍ୟାଦେଶ ନମିଳିଲେ ରାଜରାସ୍ତାରେ ନିଆଁ ଜଳିବା ଧମକ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବି ଝାଡ଼ିଲେ ଅସନ୍ତୋଷ। ଜବାବ ରଖିଲା ବିଜେଡି।
ପୁଣି ଉଠିଲା ପିଏମ୍ ଆବାସ ବଣ୍ଟନରେ ଗଡ଼ବଡ଼ ପ୍ରସଙ୍ଗ । ଟଙ୍କା ନେଇ ବିଜେଡି ହିତାଧିକାରୀ ଚିହ୍ନଟ କରୁଥିବା ଅଭିଯୋଗ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ବି ଝାଡ଼ିଲେ ଅସନ୍ତୋଷ ।
ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଥଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା ରହୁଛି ପୂରା ପରିବାର। ଖଣ୍ଡେ ଘର ପାଇଁ ପ୍ରଶାସନ ପାଖକୁ ଦଉଡି ଦଉଡି ଗୋଡରୁ ଚପଲ ଛିଣ୍ଡିଗଲାଣି ହେଲେ ଘର ଖଣ୍ଡିଏ କପାଳକୁ ଜୁଟିଲା ନାହିଁ।
ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା ।
ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା ।
ସବୁ ବ୍ଲକ୍ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା ।
ସବୁ ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚେତାବନୀ ପତ୍ର । ଆବଶ୍ୟକ ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ।
ସମ୍ଭାବ୍ୟ ତାଲିକାରେ ଗୁରୁତର ଗଡ଼ବଡ଼ ଅଭିଯୋଗ । ଆନ୍ଦୋଳନ ପାଇଁ ସଜବାଜ ହେଉଛି ରାଜ୍ୟ ବିଜେପି ।
ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।
ପଂଚାୟତରେ ନା ନାହିଁ, ହେଲେ ଘର ସଂପୂର୍ଣ୍ଣ ହୋଇଗଲା। ଦୁର୍ନୀତି ଏମିତି ହୋଇଛି ଯେ ଯୁଆଡେ ଦେଖିବ ସିଆଡେ କେଁ...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘରକୁ ଭାଙ୍ଗିଦେଲେ ତହସିଲଦାର। ଏହି ଘର ସରକାରୀ ଜାଗାରେ ନିର୍ମାଣ ହୋଇଥିବାରୁ ଏହାକୁ ପୂର୍ବରୁ ତହସିଲଦାର ଚିନ୍ମୟ ସାଗର ବିରୋଧ କରୁଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା! ଘର ଆବଣ୍ଟନରେ ନାହିଁ ସ୍ୱଚ୍ଛତା । ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର! ଆବାସ ଯୋଜାନକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କଳି ଲାଗି ରହିଥିବାବେଳେ ଯୋଜାନର ଦୁର୍ନୀତି ନେଇ ଗୁମର ଖୋଲିଛନ୍ତିି ଖୋଦ୍ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ନାୟକଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରକୁ କଚ୍ଚା ଘର ଦର୍ଶାଇ ନିଜ ଇଚ୍ଛା ମୁତାବକ ଲୋକଙ୍କୁ ବାଣ୍ଟିବାକୁ ଚାପ ପକାଉଥିଲେ ସ୍ଥାନୀୟ ସରପଞ୍ଚ ସ୍ବାମୀ ସୁର ଭୂୟାଁ। ଏମିତିକି ଗତକାଲି ବ୍ଲକ ଅଫିସ୍ ପରିସରରେ ସୁର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଛନ୍ତି।