• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିଘଂଚ ଅରଣ୍ୟ...ଝିଙ୍କାରିର ଝିଁ ଝିଁ ଶବ୍ଦ । ଗଛ ଗୁଡ଼ିକ ଏମିତି ଭାବରେ ଛନ୍ଦି ହୋଇ ବଢିଛି ଯେ ଭିତରକୁ ଗଲେ ଡର ମାରିବ । ଦର୍ଶକବନ୍ଧୁ...ଏମିତି ଘଂଚ ଅରଣ୍ୟ ପଛରେ ଏମିତି ଏକ କାହାଣୀ ଲୁଚି ରହିଛି ଯାହାକୁ ଜାଣିବା ପରେ ଆପଣମାନେ ବି ମହିଳାଙ୍କୁ ଦେବେ ସାବାସୀ ।

ହାତରେ ଟାଙ୍ଗିଆ ଧରିଛନ୍ତି, ବଣରେ ବୁଲି ବୁଲି ଗଛର ଯତ୍ନ ନେଉଛନ୍ତି । ଆଜି କି କାଲି ନୁହେଁ ବରଂ ୨୦ ବର୍ଷ ହେଲାଣି ୫୦ ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ଏମିତି ଜଗୁଛନ୍ତି କିଛି ମହିଳା । ସେଇଥିଲାଗି ତ ଏ ଗଛ ଗୁଡ଼ିକ ଛନଛନିଆ ହୋଇ ଭଲରେ ବଢିପାରିଛନ୍ତି । ରେଢାଖୋଲ ବନଖଣ୍ଡ ବଡମାଲ ରେଂଜର ଲମ୍ବଟିଦାଦର ଗାଁର ୧୬ ପରିବାର ମହିଳାମାନେ ଦିନରାତିକୁ ଏକ କରି ବଡମାଲ ସଂରକ୍ଷିତ ଓ ଖସଡା ଜଂଗଲକୁ ଜଗି ରହିଛନ୍ତି । ଯେଉଁଥି ଲାଗି ଏବେ ପୁରା ସବୁଜ ଘେରା ହୋଇ ଭରି ରହିଛି ଗଛପତ୍ର । ୨୦ବର୍ଷ ତଳେ ଗଛ ଚୋରୀ, ବନ୍ୟଜନ୍ତୁ ଶିକାର,ଜଂଗଲରେ ନିଆଁ ଲାଗିରହୁଥିଲା । ଶହଶହ ଗଛ ପୋଡି ଜଳି ନଷ୍ଟ ହେଉଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ଭାରି କଷ୍ଟ ଦେଉଥିଲା ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ଧରି ବିଶାଳ ଜଙ୍ଗଲକୁ ଜଗିଛନ୍ତି ପଦ୍ମିନୀ

ଜଙ୍ଗଲ ବଂଚିଲେ ଆମେ ବଞ୍ଚିବା....କିଛି ଏମିତି ସ୍ୱପ୍ନ ନେଇ ଗାଁର ମହିଳାମାନେ ଏକାଠି ହେଲେ । ମିଳିମିଶି ଜଙ୍ଗଲ ଜଗିଲେ । ଜଂଗଲର ଆବଶ୍ୟକତା ବୁଝିପାରି ଗାଁ ମହିଳା ମାନେ ଏକତ୍ରିତ ହୋଇ ବନବିଭାଗର ସହେଯାଗରେ ଆରମ୍ଭ କଲେ ଜଂଗଲ ଜଗିବା । ବର୍ଷସାରା ଦୁଇ ଦୁଇଜଣ ପ୍ରତ୍ୟେକ ଦିନ ପାଳି କରି ଠେଙ୍ଗା ଧରି ଜଂଗଲ ଜଗୁଛନ୍ତି । ଏପରିକି ଗଛରେ ଲାଗିଥିବା ଉଇକୁ ସଫାକରି ଅନାବନା ଡାଳକୁ କାଟି ଗଛର ଯତ୍ନ ନେଉଛନ୍ତି ମହିଳାମାନେ । ସତର୍କତା ସହିତ ଶୁଖିଲା ପତ୍ର କୁ ସଫାକରି ଜଂଗଲକୁ ନିଆଁ ଦାଉରୁ ବଂଚାଉଛନ୍ତି । ଯାହା ଦ୍ୱାରା ଏହି ୨୦ବର୍ଷ ଭିତରେ ଜଂଗଲରେ ନାଁ ଲାଗିଛି ନିଆଁ, ନାଁ କ୍ଷତି ହୋଇଛି ଗଂଜଲ ଓ ଜୀବଜନ୍ତୁ । କିଛି ଆର୍ଥୀକ ଲାଭନମିଳିଲେ ମଧ୍ୟ ଜଂଗଲକୁ ନେଇ ଆମର ଜୀବନ ଜୀବିକା । ପରିବାର ସହମତିରେ ୧୬ଜଣ ମହିଳା ଭିଏସଏସ ଗଠନ କରି ଏସବୁ କାମ ଜାରି ରଖିଛନ୍ତି।

ରେଢାଖୋଲ ବନଖଣ୍ଡରେ ଆଜିକୁ ୨୦ବର୍ଷ ହେବ ନିରବଛିନ୍ନ ଭାବରେ ଏକମାତ୍ର ଏହି ଗାଁର ମହିଳା ମାନେ ଜଂଗଲର ଯତ୍ନସହ ସୁରକ୍ଷା ଦେଇ ଆସୁଛନ୍ତି । ସେଥି ପାଇଁ ବନବିଭାଗ ପକ୍ଷରୁ ଅନେକ ପ୍ରଶଂସା ପତ୍ର ପାଇଛନ୍ତି । ସରକାର ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଲମ୍ବଟିଦାଦର ଗାଁର ଏହି ମହିଳାମାନେ ସମସ୍ତେ ଗରିବ ଶ୍ରେଣୀର ଓ ବିଶେଷ ଶିକ୍ଷିତ ହୋଇନଥିବା ସତ୍ୱେ ଜଂଗଲ ଜଗିବା ଭଳି ଏକ ଉଦ୍ୟମ ଅନ୍ୟମାନଙ୍କୁ ନିଶ୍ଚିତ ପ୍ରେରଣା ଦେବ । ଆଖପାଖ ଲୋକଙ୍କୁ ଜଂଗଲର ଉପକାରିତା ବିଷୟରେ ବୁଝାଇବା ସହ ସଚେତନ ମଧ୍ୟ କରୁଛନ୍ତି ଏମାନେ । ବନବିଭାଗ ମଧ୍ୟ ସମ୍ପୁର୍ଣ୍ଣ ସହେଯାଗର ହାତ ବଡାଇଛି ଏମାନଙ୍କୁ । ମହିଳା ମାନଙ୍କ ପ୍ରୟାସରେ ଜଂଗଲରେ ଗଛ ବହୁତ ବଢ଼ିଛି । ନିଜର ଦୈନନ୍ଦିନ ଜଂଜାଳରୁ ସମୟ ବାହାର କରି ଜଂଗଲ ଜଗୁଛନ୍ତି ଏମାନେ। ବିଶ୍ୱ ମହିଳା ଦିବସରେ ଏମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି ବିଭାଗୀୟ ଅଧିକାରୀ।

(ରିପୋର୍ଟ- ରମାକାନ୍ତ ମହାନନ୍ଦ, ରେଢ଼ାଖୋଲ)