ଭାରସାମ୍ୟ ହରାଇ ଟ୍ରେନ୍ ଲାଇନ ନିକଟକୁ ମାଡ଼ିଗଲା ବସ୍। ସୌଭାଗ୍ୟବଶତଃ, ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ
'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି
ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
ଶହେ ଉପରେ ଟମାଟୋ ଦର। ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ଟମାଟୋ ଦର ବୃଦ୍ଧି ପାଇଛି। ଯାହାକୁ ନେଇ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ।
ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ।
୨ ଜିଲ୍ଲାରେ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖ ସ୍କୁଲ୍ ଖୋଲିବା ନେଇ ନୋଟିସ୍ ଜାରି ହୋଇଛି। ଏହାସହ ସ୍କୁଲ୍ ଟାଇମିଂରେ ମଧ୍ୟ ପରିବର୍ତ୍ତନ ହୋଇଛି।
ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି ।
ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି।
ଏ ଦୁହେଁ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରି ସେଇଠୁ ଚାଲିଚାଲି ଫେରୁଛନ୍ତି। ଦୀର୍ଘ ୧୫ ଦିନ ହେଲାଣି ଏମିତି ଅନବରତ ଚାଲିଛନ୍ତି ଦୁହେଁ।
୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।
ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର
ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା, ବାଟବରଣୀ ବି ହୋଇଥିଲା । ଏହାପରେ ଭୋଜି ଖାଇବାକୁ ପହଞ୍ଚିଥିଲେ ବରଯାତ୍ରୀ ।
୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।
ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।
ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ମନ୍ତ୍ରୀପଦରୁ ରୋହିତ ଓ ସଚିବ ବିଷ୍ଣୁଙ୍କୁ ବିଦାର କାରଣକୁ ନେଇ ଚର୍ଚ୍ଚା
କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ବିଧାନସଭା ଲଢ଼େଇ ପାଇଁ ସର୍ବୋଚ୍ଚ ବୟସ ସୀମା କେତେ ? ବିଧାୟକ ରେସରୁ ବାଦ୍ ପଡ଼ିବା କଥା କି ୬୦ ବର୍ଷରୁ ଅଧିକ ବୟସ୍କ ?
ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।