ପିଠିରେ ଲାଗିଥିବା କଣ୍ଟାରେ ରଶି ଲଗାଇ ଭକ୍ତଙ୍କ ଆଡକୁ ମୁହଁ କରି ଘୁରିଥାନ୍ତି ଏହି ମାନସିକଧାରୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ କାହିଁ କେଉଁ କାଳରୁ ଏଭଳି ପରମ୍ପରା ଚାଲି ଆସୁଛି ।
ପୁରୀ ବେଳାଭୂମିରେ ବାଲୁକା କଳା କରି ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବାଲିରେ ପ୍ରଭୁ ହନୁମାନଙ୍କ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ।
ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ହେଲିକପ୍ଟର ମାଧ୍ୟମରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ ।
ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ପୁରୀ ବେଳାଭୂମୀରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଜଗନ୍ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।
ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
‘ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ । କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି, କାହାର ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି କହିଲା ଅଭିଯୁକ୍ତ । ଘଟଣା ଦିନ ରୋଷ ଘରକୁ ଗଲି, ସେଠାରେ କେହି ନଥିଲେ ।
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି।
ଖୋର୍ଦ୍ଧା ଜିଲ୍ଲା ସିମର ଅଞ୍ଚଳରୁ ତାକୁ ଧରାଯାଇଥିବା ସୂଚନା ।ତେବେ ସେ କାହିଁକି ଚୁଲି ଭାଙ୍ଗିଲା, କ’ଣ ରହିଛି ତାର ଉଦେଶ୍ୟ ସେନେଇ ଅଧିକ ସୂଚନା ପାଇଁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।
ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି ।
ସିସିଟିଭିରେ ଥିବା ଲୋକ କିଏ ? କେହି ଜାଣି ପାରୁନାହାନ୍ତି । ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି । ଏପରିକି ପୁରୀର ବିଭିନ୍ନ ଥାନାଧିକାରୀମାନେ ମୋବାଇଲ୍ରେ ସଂପୃକ୍ତ ବ୍ୟକ୍ତିର ଫଟୋ ଧରି ଲୋକଙ୍କୁ ଦେଖାଉଛନ୍ତି ।
ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।
ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।
‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।
ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।
ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା
ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ ।
ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।
ଶ୍ରୀମନ୍ଦିର ରୋଷଘରେ ବ୍ୟାପକ ଭଙ୍ଗାରୁଜା । ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲାକୁ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି ।
ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି ।
ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି ।
୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।
କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।