Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସାମ୍ନାକୁ ଆସିଲା ଆଉ ଏକ ଅଭିଯୋଗ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଅଭିଯୋଗ...

author-image
Otv Khabar Bureau
ଅଦ୍ୟତନ ହୋଇଛି
 Srimandir Heritage Corridor Row

Srimandir Heritage Corridor Row

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ବିବାଦ । ଏହାରି ମଧ୍ୟରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସିଛି । ଜିପିଆର ସର୍ଭେ ନକରି କେମିତି ଶ୍ରୀମନ୍ଦିର ଚତୁପାର୍ଶ୍ୱରେ କାମ କରାଯାଉଛି ତାକୁ ନେଇ ବିବାଦ ଦେଖାଦେଇଛି ।

Advertisment

ସୂଚନା ଅନୁସାରେ, ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ ହେଉଛି ଜିପିଆର । ଏହା ଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି କି ନାହିଁ ଏହି ଜିପି ଆର୍ ସର୍ଭେ କରିବା ଦ୍ୱାରା ଜଣାପଡିଥାଏ । ଯାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କରାଯାଇନାହିଁ । ଜିପିଆର କେବଳ ଅଭିଜ୍ଞ ସମ୍ପନ୍ନ ସଂସ୍ଥା ହିଁ କରିପାରିବ । ASI ହିଁ ଅଧିକୃତ । ତେଣୁ ଏଠି ପ୍ରଶ୍ନ ଉଠିଛି କିପରି ଜିପିଆର ନକରି କେମିତି ଶ୍ରୀମନ୍ଦିର ଚତୁପାଶର୍ବରେ କାମ ହେଉଛି ।

ଅନ୍ୟପକ୍ଷେ, ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍‌ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ୨୦୦ ମିଟର ପରିଧି ଭିତରେ ନିର୍ମାଣ କାମ ଚାଲୁଥିବାରୁ ଏନେଇ ଏନେଇ National Monuments Authority(NMA) ଆପତ୍ତି ଜଣାଇଛନ୍ତି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Srimandir Heritage Corridor Row
Advertisment
Advertisment