Advertisment

ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

author-image
Otv Khabar Bureau
Sand Art on Mothers Day in Puri

Sand Art on Mothers Day in Puri

ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ଲାଇଟ ହାଉସ ବେଳାଭୂମିରେ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।

Advertisment

ଏହି ବାଲୁକା ମୂର୍ତ୍ତି ଟିକୁ ତିଆରି କରିବାକୁ ମାନସ ସାହୁଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ୧୨ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୨ ଟନ୍ ବାଲି ଉପଯୋଗ କରାଯାଇଛି । ଏଥିରେ "HAPPY MOTHERS DAY" ର ବାର୍ତ୍ତା ଦିଆଯାଇଛି ।

ମାନସ କୁମାର ସାହୁ ନିର୍ମାଣ କରିଥିବା ଏହି ବାଲୁକା କଳାରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସମସ୍ତ ଜନସମାଜକୁ ମା ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ।

Advertisment

ଏହାସହ ବାଲୁକା କଳା ମାଧ୍ୟମରେ ମା ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନରଖି ସନ୍ତାନ କୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ସାରା ଜୀବନ ଦେଇଚାଲିଥାଏ । ତେଣୁ ଆମେ ସମସ୍ତେ ମାକୁ ଭଲପାଇବା ଦରକାର କେବଳ ମାତୃ ଦିବସ ରେ ନୁହେଁ ନିଜ ବାସ୍ତବିକ ଜୀବନ ରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମନ ଜଣାଇବା ଦରକାର ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ ।

Mothers' Day Mother’s Day 2022
Advertisment
Advertisment