/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745650292.jpg)
Pak Army Official
ପୁଣି ପଦାରେ ପଡିଛି ପାକିସ୍ତାନର ବିକୃତ ଚେହେରା । ପାକ୍ ସେନା ଅଧିକାରୀ କେବଳ ଆତଙ୍କବାଦୀଙ୍କୁ ପାଳୁନାହାନ୍ତି ତ, ନିଜେ ବି କୌଣସି ଆତଙ୍କୀଠାରୁ କମ୍ ନୁହଁନ୍ତି । ଆତଙ୍କବାଦ ବିରୋଧରେ ପ୍ରତିବାଦ କରିବାରୁ ଭାରତୀୟଙ୍କ ବେକ କାଟିବାକୁ ଧମକ ଦେଇଛନ୍ତି ପାକ୍ ଅଧିକାରୀ ।ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ପ୍ରବାସୀ ଭାରତୀୟମାନେ ପହଲଗାମ୍ ହମ୍ଲା ବିରୋଧରେ ପ୍ରତିବାଦ କରୁଥିବା ବେଳେ ଜଣେ ପାକସ୍ତାନ ଦୂତାବାସ ଅଧିକାରୀ ଭାରତୀୟଙ୍କ ଏଭଳି ଆତଙ୍କୀ ବ୍ୟବହାର ଦେଖିବାକୁ ମିଳିଛି । ଅଧିକାରୀ ଜଣକ ୱିଙ୍ଗ କମାଣ୍ଡର ଅଭିନନ୍ଦଙ୍କ ଫଟୋ ଦେଖାଇ ସିଧା ବେକ କାଟିବାକୁ ପ୍ରତିବାଦକାରୀଙ୍କୁ ଇସାରା କରିଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
Pakistan Army Defence Attaché Colonel Taimur Rahat publicly gestured towards Indian protestors to slit their throats.
He must be taught a lesson for life. Unknown men, this guy should be top on your list. 😡 pic.twitter.com/iQftGXt2IW
— Sann (@san_x_m) April 26, 2025
ଅଧିକ ପଢ଼ନ୍ତୁ: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ
ପାକିସ୍ତାନ ପ୍ରାୟୋଜିତ ବର୍ବର ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ପ୍ରତିଟି ଭାରତୀୟଙ୍କ ହୃଦୟରେ ପ୍ରତିଶୋଧର ବହ୍ନି ଜଳୁଛି । ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ମଧ୍ୟରେ ବି ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି । ଏହି ହମ୍ଲା ବିରୋଧରେ ୫୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରୁଥିଲେ । ହାତରେ ତ୍ରିରଙ୍ଗା, ପ୍ଲାକାର୍ଡ, ଆଇ ଆମ୍ ହିନ୍ଦୁ ପୋଷ୍ଟର ଧରି ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ ନାରା ଦେଉଥିଲେ ।
ଏହି ସମୟରେ ପାକ୍ ଦୂତାବାସ ଅଧିକାରୀ କର୍ଣ୍ଣେଲ ତୈମୁର ରାହାତ ହାଇକମିଶନ କାର୍ଯ୍ୟାଳୟରେ ଠିଆ ହୋଇ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଦେଖାଇବା ସହ ସିଧା ବେକ କାଟିଦେବାକୁ ଇସାରାରେ ଧମକ ଦେଇଥିଲେ । ଏପରିକି ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଜୋର୍ରେ ଗୀତ ବଜାଇଥିଲେ । ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ଆତଙ୍କୀ ବ୍ୟବହାର ପାକିସ୍ତାନର ଅସଲ ରୂପକୁ ପୁଣିଥରେ ସାମ୍ନାକୁ ଆଣିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)