ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ ।
ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି ।
ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି ।
ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ।
ଗତ ତିନି ଦିନରେ ବାରମ୍ବାର ସଫେଇ ଦେଇ ପ୍ରକଳ୍ପକୁ ବେଆଇନ୍ ବୋଲି କହୁଛନ୍ତି ବିଧାୟକ । ହେଲେ ଅନ୍ୟପଟେ କହୁଛନ୍ତି ନିର୍ମାଣ କାମ ଶୀଘ୍ର ସାରିବାକୁ ।
ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ ।
ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି ।
ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶ୍ରୀଜିଉଙ୍କ ଦର୍ଶନ କରି ଫେରୁଥିବା ବେଳେ ପୁରୀ ଝାଡ଼େଶ୍ୱରୀ କ୍ଲବ ଛକରେ ତାଙ୍କ ଗାଡ଼ି ଉପରକୁ ଟମାଟୋ, କାଳି ମାଡ଼ ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।
ପଙ୍କ କାଦୁଅରେ ଫସିଲା ଆମ୍ବୁଲାନ୍ସ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।
ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି ।
NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।
ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।
ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ମୂଲ୍ୟବାନ ମଙ୍ଗଳଗିରି ସୁନା ତୋରଣ ଦେଖିବାକୁ ମିଳିନଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ।
ଆଗାମୀ ରଥଯାତ୍ରା ଓ ଏତେ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ କରିଛି ଦୁଇ ପ୍ରକାର ପ୍ଲାନ । ପ୍ଲାନ ନମ୍ବର ୧- ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଶ୍ରୀକ୍ଷେତ୍ରକୁ ଦୁଇଗୁଣା ଭକ୍ତ ଆସନ୍ତି, ତାହାଲେ କଣ କରିବାକୁ ପଡ଼ିବ ?
କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।
ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି ।
ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନଟି ଅକ୍ଷୟ ତୃତୀୟା । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି ।
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।
ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।