• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପହଲଗାମ୍ ହମଲାର ଆତଙ୍କୀ ଆକ୍କା ହେଉଛି ହାଫିଜ୍ ସଇଦ୍ । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ହିଁ ବନାଇଥିଲା ପହଲଗାମର ପୁରା ପ୍ଲାନ୍ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହାଫିଜ୍ ସଇଦ ନିଜର ଅତି ଘନିଷ୍ଠ ସହଯୋଗୀ ସୈଫୁଲା କସୁରୀ ସହ ଏକାଠି ମିଶି ଏହି ଯୋଜନା ପ୍ରସ୍ତୁତ କରିଥିଲା । ହାଫିଜ୍ ନିଜେ ବନାଇଥିଲା ବ୍ଲୁପ୍ରିଣ୍ଟ। କେମିତି ଭାରତରେ ପାକିସ୍ତାନରୁ ଆତଙ୍କୀ ପଶିବେ, ବୈସରନକୁ ଯିବେ ଏବଂ ପ୍ଲାନ ସଫଳ କରିବେ ସେସବୁକୁ କୁଆଡ଼େ ହାଫିଜ୍ ନିଜେ ହିଁ ପ୍ରସ୍ତୁତ କରିଥିଲା । 

୨୬/୧୧ ମୁମ୍ବାଇ ଆଟାକର ମାଷ୍ଟରମାଇଣ୍ଡ୍ ହାଫିଜ୍ ଭାରତ, ଆମେରିକା, ୟୁରୋପ, ଋଷିଆର ମୋଷ୍ଟ ୱାଣ୍ଟେଡ । ଲସ୍କର-ଏ-ତୋଏବା ଭଳି ଆତଙ୍କୀ ସଂଗଠନ ପ୍ରତିଷ୍ଠା ଓ ପ୍ରୋତ୍ସାହନ ଦେଇଛି ହାଫିଜ୍ । କଶ୍ମୀର ଉପତ୍ୟକାରେ ରକ୍ତର ହୋଲି ଖେଳୁଛି। ତା'ସହ କାଶ୍ମୀରରେ ଅଶାନ୍ତିର ମୁଖ୍ୟ କାର୍ପଟଦାର ମଧ୍ୟ । ବର୍ଷ ବର୍ଷ ଧରି ହଜାର ହଜାର ଯୁବକଙ୍କୁ ଆତଙ୍କବାଦୀ ବନାଇଛି । 

ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

କାଶ୍ମୀର ଭ୍ୟାଲିରେ ଏହି ଆତଙ୍କୀ ସଂଗଠନ ଲମ୍ବା ସମୟ ଧରି ସକ୍ରିୟ ରହିଛି । ସୋନମାର୍ଗ, ବୋତାପଥରି ଓ ଗାନ୍ଦରବଲ ସମେତ ଘାଟିରେ ଘଟିଥିବା କିଛି ହାଇ ପ୍ରୋଫାଇଲ୍ ଆଟାକ ପଛରେ ବି ଏହି ସଂଗଠନର ହାତ ରହିଥିବା କୁହାଯାଉଛି । ଅକ୍ଟୋବର ୨୦୨୪ରେ ବୁଟା ପଥରିରେ ଆତଙ୍କୀ ହମଲାରେ ଦୁଇ ସେନା ଯବାନଙ୍କ ସମେତ ୪ ଜଣଙ୍କ ପ୍ରାଣହାନି ହୋଇଥିଲା । ସେହି ମାସରେ ସୋନମାର୍ଗରେ ଟନେଲ କନଷ୍ଟ୍ରକସନ କର୍ମଚାରୀଙ୍କ ଉପରେ ବି ବର୍ବରତା ଦେଖାଇଥିଲେ ଆତଙ୍କୀ । ଯେଉଁଥିରେ 6 ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଥିଲେ । 

ପହଲଗାମ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହାସିମ ମୋସାର ଏହି ଆକ୍ରମଣରେ ହାତ ଥିବା କୁହାଯାଉଛି । ଭାରତୀୟ ଇଣ୍ଟେଲିଜେନ୍ସିର ସୂଚନା ଅନୁଯାୟୀ ଏହି ଆତଙ୍କୀଙ୍କୁ ପାକିସ୍ତାନୀ ମିଲିଟାରୀ ଓ ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ –ISIର ସମର୍ଥନ ଓ ସାମରିକ ମାର୍ଗଦର୍ଶନ ମିଳୁଛି । ହାଫିଜ୍ ଉପରେ ଆମେରିକା ୧୦ ମିଲିୟନ୍ ଡଲାର୍ ପୁରସ୍କାର ଘୋଷଣା କରିଛି । ତଥାପି ବର୍ଷ ବର୍ଷ ଧରି ହାଫିଜକୁ ସୁରକ୍ଷା ଦେଇ ରଖିଛି ପାକିସ୍ତାନ ସରକାର ।


ପହଲଗାମ ଆକ୍ରମଣରେ ଆତଙ୍କବାଦୀ ବୈସରନ ଭ୍ୟାଲିର 3ଟି ଅଲଗା ଅଲଗା ସ୍ଥାନରେ ଛପି ରହିଥିଲେ । ସ୍ଥାନୀୟ ପୋଲିସ ସୂଚନା ଅନୁସାରେ ୫ ଜଣ ପର୍ଯ୍ୟଟକଙ୍କୁ ଗୋଟିଏ ସ୍ଥାନରେ ହତ୍ୟା ପରେ, ଓପନ ଫିଲ୍ଡରେ ଦୁଇଜଣଙ୍କୁ ଗୁଳି ମାରିଛନ୍ତି ଆତଙ୍କୀ । ଅନ୍ୟମାନଙ୍କୁ ଘାଟିର ଚତୁଃପାର୍ଶ୍ୱରେ ଥିବା ଫେନସିଂ ଷ୍ଟ୍ରକଚର ପାଖରେ ଟାର୍ଗେଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ