/odishatv-khabar/media/post_attachments/uploadimage/library/16_9/16_9_0/srimandira_1651032369.jpg)
srimandira
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା INTACH । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍ବେଗ ରହିଛି । ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ବେଆଇନ୍ ନିର୍ମାଣ ଓ ଖନନକୁ ନେଇ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ପୁରୀ ସିଭିଲ୍ ଜଜ୍ । ସିନିଅର ଡିଭିଜନ୍ ପୁରୀ ଓକିଲ ସଙ୍ଘ ପକ୍ଷରୁ ଦାଏର ମାମଲା 179/22କୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ କେନ୍ଦ୍ର ସଂସ୍କୃତି ବିଭାଗ, NMA, ASI, TATA, OBCC, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନୋଟିସ ବି ଜାରି କରିଛନ୍ତି । ଆସନ୍ତା ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି । ଏଥିରେ ASI ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସଆଇ ଟିମ୍ ପୁରୀରେ ପହଞ୍ଚିଥିଲା ।
ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣକୁ ନେଇ ପୁଣି କେଁ । ୧୦୦ ମିଟର ନିଷିଦ୍ଧାଞ୍ଚଳରୁ ଅଭ୍ୟର୍ଥନା କକ୍ଷ ଘୁଞ୍ଚିବା ନିଷ୍ପତ୍ତି ପରେ, ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମାଟି ବନ୍ଧ ସାହି, କାଳିକା ଦେବୀ ସାହି, ଶୂନ୍ୟ ଗୋଷାଣୀ ଲେନ୍ ଏବଂ ଦୋଳ ମଣ୍ଡପ ସାହିର ବହୁ ଅଂଶ ଏହାଦ୍ୱାରା ପ୍ରଭାବିତ ହେବ । ଯଦି, ଏପରି ହୁଏ ତାହେଲେ ବହୁ ବରିଷ୍ଠ ସେବାୟତ ଓ ପୁରୁଣା ବାସିନ୍ଦାଙ୍କ ଘର ଭଙ୍ଗା ଯିବ ବୋଲି ଜଣାପଡ଼ିଛି ।
ଯାହାକୁ ଆଦୌ ସହ୍ୟ କରାଯିବନି ବୋଲି ଖୋଲାଖୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ପୂର୍ବରୁ ୭୫ ମିଟର ଉଚ୍ଛେଦକୁ ସମର୍ଥନ କରିଥିଲୁ କିନ୍ତୁ ଏବେ ଯଦି ଆହୁରି ଉଚ୍ଛେଦ କରାଯାଏ ,ତେବେ ଏହାକୁ ବିରୋଧ କରାଯିବ ବୋଲି ସେ ଖୋଲାଖୋଲି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)