• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଦାରେ ପଡିଲା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର । ପଙ୍କ କାଦୁଅରେ ଫସିଲା ଆମ୍ବୁଲାନ୍ସ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ନୂଆ ଜଗନ୍ନାଥ ସଡକ ଜଙ୍କିଆ ଗଡ଼ସାହି ଠାରୁ ଗଡ଼ିଶାଗୋଦାକୁ ସଂଯୋଗ କରୁଥିବା ରାସ୍ତାରେ ରୋଗୀକୁ ଧରି ୧୦୮ ଆମ୍ବୁଲାନ୍ସ ଯାଉଥିଲା । ଠିକ୍‌ ଏହି ସମୟରେ ୧୦୮ ଆମ୍ବୁଲାନ୍ସଟି ଦୀର୍ଘ ସମୟ ଧରି ଫସି ରହିଥିଲା ।

ଗୋଟିଏ ପଟେ ଆମ୍ବୁଲାନ୍ସ ଭିତରେ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତ ଅନ୍ୟପଟେ କାଦୁଅରେ ଫସିଥିବା ଆମ୍ବୁଲାନ୍ସକୁ ଲୋକେ ଠେଲି ଠେଲି ବାହାର କରିବାକୁ ଚେଷ୍ଟା କରୁଥିଲେ । ଏଭଳି ପ୍ରାୟ ୪ ଘଣ୍ଟାର କସରତ ଓ ପରିଶ୍ରମ ପରେ ହିଁ ଆମ୍ବୁଲାନ୍ସଟିକୁ ଉଦ୍ଧାର କରାଯାଇଥିଲା ।

ଆମ୍ବୁଲାନ୍ସ ଉଦ୍ଧାର ପରେ ରୋଗୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ବଡ଼ କଥା ହେଉଛି ଏହି ରାସ୍ତା ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଗାଁକୁ ସଂଯୋଗ କରୁଛି । ବର୍ଷ ବର୍ଷରୁ ରାସ୍ତାଟି ଏଭଳି ଅବସ୍ଥାରେ ପଡ଼ି ରହିଥିବା ବେଳେ ପ୍ରଶାସନ କି ସ୍ଥାନୀୟ ବିଧାୟକ କାହା ନଜରକୁ ଆସିନାହିଁ ।

ତେବେ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟାବସ୍ଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଠାରେ ଚିକିତ୍ସା ବ୍ୟବସ୍ଥା ଅବହେଳିତ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି ।