Advertisment

ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Huge ancient stone sculpture resembling a lion found during excavation on the premises of Emar Mutt

Huge ancient stone sculpture resembling a lion found during excavation on the premises of Emar Mutt

ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ସିଂହର ଅବୟବ ମିଳିଛି । ହେଲେ ଏହା ଗୋଟିଏ ସିଂହମୂର୍ତ୍ତିର ଅବୟବ କିମ୍ବା ଦୁଇଟି ସିଂହମୂର୍ତ୍ତିର ଅବୟବ ତାହା ଅସ୍ପଷ୍ଟ ରହିଛି ।

Advertisment

ପ୍ରକଳ୍ପ ସ୍ଥଳରୁ ଏଭଳି ଅବସ୍ଥାରେ ପୂରାତନ ମୂର୍ତ୍ତି ମିଳିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରକଳ୍ପ ପୂର୍ବରୁ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସିଷ୍ଟମ୍‌ସ ସର୍ଭେ ହୋଇଥିଲେ ଆଜି ଏଭଳି ଦେଖିବାକୁ ମିଳି ନଥାନ୍ତା ବୋଲି ଅଭିଯୋଗ ହେଉଛି ।

ସୂଚନା ଅନୁସାରେ, ପୂର୍ବରୁ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏଏସ୍ଆଇ କି ଏନ୍ଏମ୍ଏର ବିନା ଅମୁମତିରେ ପ୍ରକଳ୍ପ କାମ ଚାଲିଥିବାର ଏଥିରେ ଦର୍ଶାଯାଇଥିଲା । ଏଥିପାଇଁ ଜିପିଆର୍‌ଏସ୍ ସର୍ଭେ ହୋଇନାହିଁ । ପ୍ରତ୍ନତତ୍ତ୍ୱ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଯେକୌଣସି ଐତିହ୍ୟ ସ୍ଥଳରେ ନିର୍ମାଣ କାର୍ଯ୍ୟ ପୂର୍ବରୁ ସଂପୃକ୍ତ ସ୍ଥାନର ମାଟି ତଳେ କିଛି ଐତିହ୍ୟ ରହିଛି କି ନାହିଁ, ଜାଣିବା ପାଇଁ ଜିପିଆର୍‌ଏସ୍ ନିହାତି ଜରୁରୀ ହେଲେ ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ତାହା ହୋଇନାହିଁ ।

Advertisment

ତେବେ ଜିପିଆର୍‌ଏସ୍ ସର୍ଭେ ନ ହୋଇ ଖନନ କାମ ହେବା ଫଳରେ ହିଁ ଏଇ ଭଗ୍ନ ମୂର୍ତ୍ତି ସାମ୍ନାକୁ ଆସିଛି ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Puri Emar Mutt Huge Ancient Stone
Advertisment
Advertisment