• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ବିବାଦ । ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ ।

ଗତ ବର୍ଷ ମେ ୨୮ ତାରିଖରେ ଏଏସ୍ଆଇ ଅଧିକାରୀମାନେ ASI ଡିଜିଠାରୁ ଅନୁମତି ଆଣିବାକୁ ଅବଗତ କରିଥିଲେ । କ୍ଲକ୍ ରୁମ୍, ଶ୍ରୀଜଗନ୍ନାଥ ରିସେପ୍ସନ୍ ସେଣ୍ଟର, ସେଲଟର ପ୍ୟାଭିଲିୟନ୍, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ପୋଲିସ ସେବା କେନ୍ଦ୍ର, ଏଟିଏମ୍ କିଓସ୍କୋ, ଆଶୁ ଚିକିତ୍ସା କେନ୍ଦ୍ର ଇତ୍ୟାଦି ନିର୍ମାଣ ପାଇଁ ASI ଡିଜଙ୍କଠୁ ଅନୁମତି ପାଇଁ ଅବଗତ କରିଥିଲେ ।

ଅନ୍ୟପଟେ ଜଗନ୍ନାଥ ମନ୍ଦିର ପ୍ରଶାସନିକ ଅଫିସ୍ କୋଠା ନିର୍ମାଣ, ବଡ଼ ଛତା ମଠ ଓ ଛାଉଣି ମଠ ପୁନରୁଦ୍ଧାର ପାଇଁ NMA କୁ ଆବେଦନ କରିଥିବା ଲାଗି ଏଏସ୍ଆଇ ଅଧିକାରୀ ଅବଗତ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ନିର୍ମାଣ ପାଇଁ କର୍ତ୍ତୃପକ୍ଷ ନିର୍ମାଣ ଅନୁମତି ପ୍ରଦାନ କରିନାହାନ୍ତି ।