Advertisment

ଏମାର ମଠରୁ ମିଳୁନି ମୂଲ୍ୟବାନ ସୁନା ତୋରଣ !

ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ମୂଲ୍ୟବାନ ମଙ୍ଗଳଗିରି ସୁନା ତୋରଣ ଦେଖିବାକୁ ମିଳିନଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Golden Gate Missing From Emar Matha

Golden Gate Missing From Emar Matha

ପୁରୀ ଏମାର ମଠରୁ ମିଳୁନି ମଙ୍ଗଳଗିରି ସୁନା ତୋରଣ ! ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣାର ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ଏହି ମୂଲ୍ୟବାନ ତୋରଣ ଦେଖିବାକୁ ମିଳିନଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ।

Advertisment

ସୁନା ତୋରଣକୁ ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖିଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ନିକଟରେ ରହିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ ରୁପା ଇଟା ଉଦ୍ଧାର ପରେ ୨୦୧୨ରେ ଶେଷଥର ପାଇଁ ରାମାନୁଜଙ୍କ ମୂର୍ତ୍ତି ଶ୍ରୀମନ୍ଦିର ପରିକ୍ରମା କରିଥିଲା। ପରେ ଯେଉଁ ସ୍ଥାନରେ ମୂର୍ତ୍ତି ପୂଜା ପାଇଥାଏ ସେଠାରେ ପୂଜାର୍ଚ୍ଚନା କରାଯାଉଛି।

୨୦୧୧ମସିହାରେ ଏମାର ମଠରୁ ୪୫ଖଣ୍ଡ ତାଲିକାଭୁକ୍ତ ରୁପା ଇଟା ବାହାରିଥିଲା। ୨୦୧୨ପରେ ଆଉ କେବେ ରାମାନୁଜଙ୍କ ମୂର୍ତ୍ତି ପରିକ୍ରମା କରାଯାଇନାହିଁ। ତେବେ ତୋରଣ ମିଳୁନଥିବା ସମ୍ପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି ଯେ, ତାଙ୍କୁ ଏହା ହସ୍ତାନ୍ତର କରାଯାଇନାହିଁ। ଏହି ତୋରଣ ସୁନା ନଥିଲା ବରଂ ପିତ୍ତଳ ଥିଲା ବୋଲି ସେ କହିଛନ୍ତି।  

Advertisment
Emar Matha Puri Emar Matha Puri
Advertisment
Advertisment