ରାତି ଅଧରେ ଅବାଧରେ ଚାଲିଛି ବାଲି ଖୋଳା । ନା କାହାକୁ ଭୟ ନା ଖାତିର । ବାଲି ଖୋଳିବା ପରେ ଜେସିବି ଓ ହାଇୱା ଲଗାଇ କରାଯାଉଛି ଲୋଡିଂ । ଆଉ ରାତି ପାହିଲା ବେଳକୁ ଟ୍ରକ୍ ଟ୍ରକ୍ ବାଲି ନେଇ ମାଫିଆ ଛୁ ।
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସଚଳ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ଚିଠି କରାଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ବୋଲି ସେ କହିଛନ୍ତି ।
ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।
ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ ।
ASI ଓ NMA କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।
ପୁରୀର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲେ ଅଭିଯୁକ୍ତ।
ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି ।
ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।
ଅପରାହ୍ନ ୪ଟା ସୁଦ୍ଧା ଗାଡ଼ିରେ ସେମିତି ଲୋଡ୍ ହୋଇ ରହିଥିଲା ରଥ କାଠ । ଆଉ ଟ୍ରକଟି ଏବେ ବି ସେମିତି ବଡ଼ଦାଣ୍ଡରେ ଠିଆ ହୋଇ ରହିଛି ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି। ଏଥିପାଇଁ ଅପରାହ୍ଣ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବିସ୍ତୃତ ଭାବେ ସୂଚନା ଦେଇ ପୁରୀ ଏସ୍ପି କହିଛନ୍ତି ଏମାନଙ୍କୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜିଂ । କାରଣ ତାଙ୍କ ଭିତରୁ କେହି ହେଲେ ଧରୁନଥିଲେ ମୋବାଇଲ୍ ଫୋନ୍ ।
ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଓ ବାବା ମହାପାତ୍ର । କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପଛରେ ଏମାନଙ୍କ ମଧ୍ୟରୁ କାହାର ଥିଲା କେଉଁ ରୋଲ୍ ?
ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି।
ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ଜଣାପଡ଼ିଛି।
ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ ।
ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।
ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଆଜି ଭକ୍ତ ଆଉ ଭଗବାନ ଏକାକାର ।
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଳାଚକଟା ସ୍ଥିତି। ସିଂହଦ୍ୱାର ସମ୍ମୁଖରେ ଲମ୍ବା ଲାଇନ୍ ଥିବାରୁ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଶ୍ରୀମନ୍ଦିରକୁ ଧସେଇ ପଶିଥିବା ନଜର ଆସିଛି।
ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।
ଗୋଟିଏ ଦିନରେ ପୁରୀରେ ୨ଟି ମର୍ଡର ହୋଇଛି। ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।
ମନ୍ଦିରରୁ ଚୋରି । ପୁରୀ ବୀରନରସିଂହପୁର ମନ୍ଦିରରେ କଳା କନା ବୁଲାଇଦେଲେ ଚୋର । ଚନ୍ଦନପୁର ଥାନା ଅଞ୍ଚଳରେ ଥିବା ବୀରନରସିଂହପୁରର ଗୋପୀନାଥଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତିକୁ ଚୋରି କରି ନେଇ ଯାଇଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।