Advertisment

Indian Air Force Rafale Fighter Jet Exercise: ଅପରେସନ୍ ଆକ୍ରମଣ: ଗର୍ଜିଲା ରାଫେଲ...ଦମ୍ ଦେଖାଉଛି ଘାତକ ଫାଇଟର ଜେଟ୍...

ଭାରତ-ପାକିସ୍ତାନ ଟେନସନ ଭିତରେ ଭାରତୀୟ ବାୟୁସେନା ଆରମ୍ଭ କରିଛି ଜୋରଦାର ଯୁଦ୍ଧାଭ୍ୟାସ । ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି IAFର ଟପ୍ ଗନ ପାଇଲଟ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Indian Air Force Rafale Fighter Jet Exercise

Indian Air Force Rafale Fighter Jet Exercise

ଭାରତୀୟ ସେନାର ଅପରେସନ୍ ଆକ୍ରମଣ। ଗର୍ଜିଲା ରାଫେଲ...ଦମ୍ ଦେଖାଉଛି ଘାତକ ଫାଇଟର ଜେଟ୍ ସୁଖୋଇ ୩୦ । ପହଲଗାମ ଆତଙ୍କୀ ହମଲା ପରେ ଭାରତର ବଡ଼ ପ୍ରତିଶୋଧ ପ୍ରସ୍ତୁତି । ଭାରତ-ପାକିସ୍ତାନ ଟେନସନ ଭିତରେ ଭାରତୀୟ ବାୟୁସେନା ଆରମ୍ଭ କରିଛି ଜୋରଦାର ଯୁଦ୍ଧାଭ୍ୟାସ । ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି IAFର ଟପ୍ ଗନ ପାଇଲଟ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅଲଗା ଅଲଗା ଏୟାର ବେସରେ ନିୟୋଜିତ, ବାୟୁସେନାର ଲଢ଼ୁଆ ବିମାନ ଯୁଦ୍ଧାଭ୍ୟାସରେ ଭାଗ ନେଇଛନ୍ତି । ଯୁଦ୍ଧାଭ୍ୟାସର ନାଁ ଆକ୍ରମଣ ରହିଥିବାବେଳେ ସାମିଲ ହୋଇଛନ୍ତି ରାଫେଲ ଓ ସୁଖୋଇ ଫାଇଟର ଜେଟ୍ ।

Advertisment

ହରିୟାଣାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମରା ଏୟାର ଷ୍ଟେସନରୁ ଦୁଇଟି ରାଫେଲ ସ୍କ୍ୱାଡ୍ରେନକୁ ଅପରେଟ୍ କରିଛି IAF । ଡିଫେନ୍ସ ସୂତ୍ରରୁ ସୂଚନା ଅନୁଯାୟୀ, ଗ୍ରାଉଣ୍ଡ ଆଟାକ୍ ଓ ଇଲୋଟ୍ରୋନିକ୍ ୱାରଫାୟାର ଭଳି ଆଡଭାନ୍ସ ମିଶନ ପ୍ରୋଫାଇଲ୍ ଉପରେ ଅଧିକ ଫୋକସ କରାଯାଇଛି । ସେପଟେ ଇଣ୍ଡିଆନ ଏୟାର ଫୋର୍ସର ଏୟାର ବେସରେ ବଢ଼ିଛି ଅପରେସନ ରେଡିନେସ୍ ପ୍ଲାଟଫର୍ମ ସଂଖ୍ୟା ବା ଓଆରପି । ଆଲାର୍ମ ବାଜିବାକ୍ଷଣି ଯୁଦ୍ଧବିମାନ ତୁରନ୍ତ ଉଡାଣ ଭରିବାକୁ ଥିବାରୁ ଏୟାର ବେସରେ ବ୍ୟବସ୍ଥା ହୋଇଛି ଏକାଧିକ ଓଆରପି ।

ଅଧିକ ପଢ଼ନ୍ତୁ: ଭିସା ସରିବା ପରେ ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା; ନୋଟିସ ଜାରି କଲା ପୋଲିସ...

Advertisment

ନଜର ପକାନ୍ତୁ ଭାରତର ଲଢ଼ୁଆ ଯୁଦ୍ଧବିମାନ ରାଫେଲର ତାକତ ଉପରେ...

ଘଣ୍ଟା ପ୍ରତି ୨୨୦୦ କିଲୋମିଟରରୁ ଅଧିକ ବେଗରେ ଉଡ଼ିପାରେ ରାଫେଲ । ୩୭୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି ମାରକ କ୍ଷମତା । ରାଫେଲରେ ରହିପାରେ ତିନି ପ୍ରକାର ଘାତକ ମିଶାଇଲ । ଶତୃପକ୍ଷର ରାଡାର ଜାମ କରିବାକୁ ସକ୍ଷମ ରାଫେଲ୍ । ପରମାଣୁ ହମଲା କରିବାକୁ ସକ୍ଷମ ସହ ଲେଜର ଗାଇଡେଡ୍ ବମ୍ ଶକ୍ତିରେ ବି ଶକ୍ତିଶାଳୀ । ଏକାଥରକେ 24,500 କିଲୋ ଓଜନ ନେବାକୁ ସକ୍ଷମ ରାଫେଲ ବିମାନ । କେବଳ ଏତିକି ନୁହେଁ ରାଫେଲ୍ ଯୁଦ୍ଧବିମାନ 60 ହଜାର ଫୁଟ ଦୂରତାରୁ ହମଲା କରିବାକୁ ସକ୍ଷମ । ସାଥିରେ ନେଇପାରେ 16 ଟନ ବମ୍ ଓ ମିଶାଇଲ ।

ସେପଟେ କେବଳ ବାୟୁସେନା ନୁହେଁ ସମୁଦ୍ରରେ ସଜାଗ ହେଲାଣି ନୌସେନା ଯୋଦ୍ଧା । ଆରବ ସାଗରରେ ମିଡିୟମ ରେଞ୍ଜ ସର୍ଫେସ ଟୁ ଏୟାର ମିଶାଇଲ୍ ପରୀକ୍ଷଣ କରିଛି ଇଣ୍ଡିଆନ ନାଭିର ମିଶାଇଲ ଧ୍ୱସଂକାରୀ INS ସୁରତ । ଯାହାର କ୍ଷମତା ରହିଛି 70 କିଲୋମିଟର ।

ଏପ୍ରିଲ ୨୨ରେ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ନିରୀହ ପର୍ଯ୍ୟଟକଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସାରା ଦେଶରେ ଦେଖାଦେଇଛି ଆକ୍ରୋଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କୀଙ୍କ ଭୂଖଣ୍ଡ ମାଟିରେ ମିଶିବ ବୋଲି ସଫା ସଫା ଶୁଣାଇଛନ୍ତି । ତେବେ ଜଳ, ସ୍ଥଳ ନା ଆକାଶ ମାର୍ଗରେ...ଖୁବଶୀଘ୍ର ହୋଇପାରେ ବଡ଼ ଆକ୍ସନ । ପହଲଗାମ ଆକ୍ରମଣର ଆତଙ୍କୀଙ୍କୁ ଧରିବାକୁ ଜାମ୍ମୁ କାଶ୍ମୀରର ସବୁ ଜିଲ୍ଲାରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ, ବଦଲା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । 

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Indian Air Force
Advertisment
Advertisment