• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯାଇଛି। ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଥିଲା ।

ଭୋଇ ସେବକ ମାନେ ପ୍ରଥମେ ୧୨ ଫୁଟିଆ ଧଉରା କାଠ ଯୋଗାଇଥିଲେ । ପରେ ବିଶ୍ୱକର୍ମା ମହାରଣା କାଠ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ । ରୂପକାର ମାନେ ତିନି ରଥ ପାଇଁ ପୂଜାର୍ଚ୍ଚନା କରିବା ପରେ ରଥର ସୁରକ୍ଷା କବଚ ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି । ସେହିପରି ତିନି ରଥର ଚକ ନିର୍ମାଣ ପାଇଁ ୪୨ ଟି ତୁମ୍ବରେ ବିନ୍ଧ ଖୋଦେଇ ଶେଷ ହୋଇଛି ।

ମହାରଣା ମାନେ କାଠ ଚଉପଟ କରି ରୂପକାର ମାନଙ୍କୁ ଯୋଗାଇଛନ୍ତି । ବର୍ଷେ ହେବ ପୋତି ହୋଇରହିଥିବା ଯନ୍ତା ଗାଡ଼କୁ ଖୋଳାଯାଇଛି ଆଜିଠାରୁ ସିଙ୍ଗଡ଼ା ବାଡ଼ଇା କାମ ଆରମ୍ଭ ହେବ ।

ଅନ୍ୟପକ୍ଷେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣକୁ ଏଏସଆଇ ଡିଜି ୧୦୦ ମିଟର ବାହାରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟିର ସାଂସ୍କୃତିକ ପରାମର୍ଶଦାତା କମିଟି ଏହାକୁ ଗ୍ରହଣ କରିଛି । ହେଲେ ଏନେଇ କେଉଁ ସ୍ଥାନରେ ଅଭ୍ୟର୍ଥନା ପ୍ରକୋଷ୍ଠ ହେବ ସେନେଇ ପରିଚାଳନା କମିଟିର କୌଣସି କିଛି ନିଷ୍ପତି ହୋଇନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ହାଇକୋର୍ଟଙ୍କ ନିଷ୍ପତି ଅନୁଯାୟୀ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ଅନନ୍ତ ତିଆଡି ।