RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।
ଇଏ ଏମିତି ଏକ ଗାଁ ଯେଉଁଠାରେ ୧୦୦ ବର୍ଷ ହେଲାଣି କେହି ପାସ୍ କରିନାହାନ୍ତି ମାଟ୍ରିକ୍। ଅଧାରୁ ପାଠ ଛାଡ଼ି ଜଙ୍ଗଲରେ କାଠ ହାଣିବା ଆଉ ଗାଈ ଚରାଇବାରେ ବ୍ୟସ୍ତ ଏଠିକା ପିଲା। କିନ୍ତୁ ପଙ୍କରେ ପଦ୍ମ ପରି ମନଦେଇ ପାଠ ପଢି ମାଟ୍ରିକ ପାସ୍ କଲେ ସନ୍ଦୀପ ମାଝୀ। ଗାଁରେ ଖୁସିର ମାହୋଲ। ଇଂଜିନିୟର ହେବାକୁ ଦେଖୁଛନ୍ତି ସୁନେଲୀ ସ୍ୱପ୍ନ।
ଦାଦନ ଖଟିବାକୁ ଯାଇ ଚାଲି ଗଲା ନବମ ଶ୍ରେଣୀ ଛାତ୍ରର ଜୀବନ ।
ପୁରା ଜିଲ୍ଲାର ପୋଲିସ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।
ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି ।
ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।
ସ୍କିମ୍ ପ୍ରଥାକୁ ଉଚ୍ଛେଦ କରି ସରକାରୀ କର୍ମଚାରୀର ମାନ୍ୟତା, ଚାକିରି ସର୍ତ୍ତାବାଳୀ ଲାଗୁ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ଦାବି କରାଯାଇଛି ।
କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ କନ୍ୟାଶ୍ରମରେ ଅସୁସ୍ଥ ହୋଇପଡ଼ିଛନ୍ତି ବହୁ ଛାତ୍ରୀ । ଗତକାଲି ୬ଜଣ ଛାତ୍ରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆଜି ୨୫ ଜଣ ଛାତ୍ରୀ ଭର୍ତ୍ତି ହୋଇଛନ୍ତି l
ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି।
ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।
ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତ୍ୟୁ।
ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।
ଅଣ୍ଡାରୁ ବର୍ତ୍ତିପାରୁନାହାନ୍ତି ବିଜେଡ଼ି ନେତା : ଯୁଆଡ଼େ ଗଲେ ବିରୋଧୀ ନାଦି ଦେଉଛନ୍ତି ଅଣ୍ଡା
ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଧାୟକଙ୍କୁ ହଟହଟା କଲେ ସାଧାରଣ ଲୋକେ। ବାଉଁଶରେ ପ୍ରତୀକାତ୍ମକ ମୋବାଇଲ୍ ଟାଓ୍ୱାର କରି ଉଦ୍ଘାଟନ ପାଇଁ ନିମନ୍ତ୍ରଣ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକେ।
କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।
ବସ୍ ଚକ ସଜାଡ଼ିବା ବେଳେ ବସ୍ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର।
ଇଚ୍ଛା ମୃତ୍ୟୁ ଆବେଦନ କଲେ ଯୁବକ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍ ଶିଖା।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି ।
ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା