କେନ୍ଦ୍ରାପଡା ମାର୍ଶାଘାଇରେ ଅଭାବନୀୟ ଘଟଣା। ଦୁଇ ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ପରେ ଅଖାରେ ବାନ୍ଧି କୂଅରେ ପକାଇଦେଲା ମାଆ। ପୋଲିସ ଆଗରେ ମାନିଲା ସତ... ସେପଟେ କଳାହାଣ୍ଡି କୋକସରାରେ କୂଅରୁ ନବଜାତ ଉଦ୍ଧାର
ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର
କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରାଯାଇଛି ।
ବସ୍ ଚକ ସଜାଡ଼ିବା ବେଳେ ବସ୍ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର।
ଇଚ୍ଛା ମୃତ୍ୟୁ ଆବେଦନ କଲେ ଯୁବକ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅନୀଲ୍ ଶିଖା।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍, ଦେଶ ପାଇଁ ଲଢ଼ିଛନ୍ତି ।
ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା
ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।
ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି ।
କଟକ ସିଏମ୍ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।
ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏହି ସମୟରେ କଳାହାଣ୍ଡିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।
ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।
ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ? ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍କା ଲାଗିଥିଲା ।
ମହାଲିଙ୍ଗ୍ ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍ଲା ।
ମହାଲିଙ୍ଗ କଲେଜ ହଷ୍ଟେଲ୍ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା ।
ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । କେ.ଗାଁ ଥାନା ଅଧୀକାରୀ ଡମୁ ପରିଜା ସସ୍ପେଣ୍ଡ । ଦାୟିତ୍ୱରେ ଅବହେଳା ପାଇଁ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରିଦିଆଯାଇଛି । ଏନେଇ କଳାହାଣ୍ଡି ଏସ୍ପି ଶ୍ରବଣା ବିବେକଙ୍କ ସୂଚନା ଦେଇଛନ୍ତି ।
ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ହଟିଛି। କେମିତି ଓ କାହିଁକି ମମିତାଙ୍କୁ ହତ୍ୟା କରାଯାଇଛି, ସବୁ କଥା ପୋଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ଗୋବିନ୍ଦ। ବିଚ୍ ରାସ୍ତାରେ କାର୍ ଭିତରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା।
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି
ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।